ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷରେ ସତ ହେଲା ଆଶଙ୍କା। ନିଜ ଭଉଣୀକୁ ବଳି ଦେଇଛି ଭାଇ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ। ଭଉଣୀକୁ ବଳି ଦେବା ଅଭିଯୋଗରେ ୨୦୧୯ ଡିସେମ୍ଵର ୨୮ ତାରିଖରେ ଗିରଫ ହୋଇଥିଲା ଭାଇ ସୋଭବନ। ପଚରା ଉଚରା ପରେ ତନ୍ତ୍ର ପାଇଁ ଭଉଣୀକୁ ବଳି ଦେଇଥିବା ମାନିଥିଲା ସୋଭବନ।

ସାଲେବରଡ଼ା ଗାଁର ମଶୁର ରଣାଙ୍କ ପୁଅ ସୋଭବନ କିଛି ଦିନ ତଳେ ବସ୍‌ ଷ୍ଟାଣ୍ଡକୁ ଛାଡ଼ିବାକୁ ଯିବାକୁ ୧୨ ବର୍ଷର ଭଉଣୀକୁ କହିଥିଲା। ଭଉଣୀ ଜନନୀ ସୋଭବନକୁ ଛାଡ଼ିବାକୁ ଯାଇ ଆଉ ଫେରି ନଥିଲା। ପରେ ସୋଭବନ ନିଜ ଭଉଣୀକୁ ବଳି ଦେଇଥିବା ଗାଁ ଲୋକ ସନ୍ଦେହ କରିଥିଲେ। ସୋଭବନ ଗାଁ ଲୋକଙ୍କ ଆକ୍ରୋଶରୁ ବିଞ୍ଚିବା ପାଇଁ ଥାନାରେ ଆତ୍ମସମର୍ପଣ କରିଥିଲା। ପରେ ପୋଲିସ ତାକୁ ଅଟକ ରଖି ପଚରା ଉଚରା ଜାରି ରଖିଥିଲା।

ଅନ୍ୟପକ୍ଷରେ ଅଭିଯୁକ୍ତକୁ ଗିରଫ ଦାବିରେ ଶତାଧିକ ଗାଁ ଲୋକ ଥାନା ଘେରାଉ କରିଥିଲେ। ସୋଭନ ପୂର୍ବରୁ ମଧ୍ୟ ଜଣ ନାବାଳିକାକୁ ବଳି ଦେଇ ଜେଲ ଯାଇଥିଲା। ଏହି ଘଟଣା ପୂର୍ବରୁ ସେ ଜାମିନରେ ଜେଲ୍‌ରୁ ମୁକୁଳିଥିଲା। ସେଥିପାଇଁ ଗାଁ ଲୋକ ସୋଭେନକୁ ସନ୍ଦେହ କରିଥିଲେ।

ଅନ୍ଧ ବିଶ୍ଵାସର ମୋହ ମାୟାରେ ସାନ ଭଉଣୀକୁ ବଳି ଦେଇ ସିଦ୍ଧି ହାସଲ କରିବାକୁ ଚାହୁଁଥିଲି। ତେଣୁ ମୁଁ ତାକୁ ବଳି ଦେଇଛି ବୋଲି ପୋଲିସ ଆଗରେ କହିଥିଲା ସୋଭବନ। ବୟାନ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜନନୀର ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରିଥିଲା।

Comment