ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଇନ୍ଦୋରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଏନେଇ ଟସ୍‌ ପଡ଼ି ସାରିଛି। ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଶ୍ରୀଲଙ୍କା ପୂରା ରଣନୀତି ସହ ପଡ଼ିଆକୁ ଓହ୍ଲାଇବ।

ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଗୌହାଟୀରେ ହେବାକୁ ଥିବା ଏହି ମ୍ୟାଚ ବାତିଲ ହେବା ପରେ ଫ୍ୟାନମାନେ ନିରାଶ ହୋଇ ଫେରିଥିଲେ।

ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ଏହି ମ୍ୟାଚ ଖେଳିବ। ଦଳରେ ବୁମରାହଙ୍କ ଭଳି ଦକ୍ଷ ବୋଲର ରହିଛନ୍ତି। ସେହିପରି ଚହଲ ଓ କୁଲଦୀପ ଯାଦବ ସ୍ପିନ ଦାୟିତ୍ଵ ସମ୍ଭାଳିବେ। ଅନ୍ୟପକ୍ଷରେ ଶିଖର ଧଓ୍ଵନ ଦଳକୁ ଫେରିଛନ୍ତି। ଦଳ ଏହି ମ୍ୟାଚ ଜିତି ସିରିଜରେ ନିଜ ଦବଦବା ରଖିବାକୁ ପ୍ରୟାସ କରିବ।

ସେହିପରି ମାଲିଙ୍ଗାଙ୍କ ଅଧିନାୟକତ୍ଵରେ ଶ୍ରୀଲଙ୍କା ଦଳ ପଡ଼ିଆକୁ ଓହ୍ଲାଇବ। ଦଳ ଏହି ମ୍ୟାଚ ଜିତିବା ପାଇଁ ପ୍ରଥମେ ବ୍ୟାଟିଂ କରି ଏକ ବିଶାଳ ସ୍କୋର କରିବା ଲକ୍ଷ୍ୟରେ ରହିବ। ଦଳରେ ଆଞ୍ଜେଲୋ ମାଥ୍ୟୁସ, ଧନୁଷ୍କା ଗୁଣଥିଲାକା ଓ ଅଭିସ୍କା ଫେରନାଣ୍ଡୋଙ୍କ ଭଳି ଦକ୍ଷ ଖେଳାଳି ରହିଛନ୍ତି।

Comment