ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୨୦ରୁ ରାଜ୍ୟସରକାରଙ୍କ ୫ ଦିନିଆ କୃଷି ପ୍ରଦର୍ଶନୀ ଓ କର୍ମଶାଳା।

ଜାନୁଆରି ୨୦ରୁ ୨୪ ଯାଏଁ ହେବ ‘କୃଷି ଓଡ଼ିଶା-୨୦୨୦’ ଇଭେଣ୍ଟ। ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଚାଲିବ ରାଜ୍ୟସରକାରଙ୍କ ଏହି ୫ ଦିନିଆ କୃଷି ପ୍ରଦର୍ଶନୀ ଓ କର୍ମଶାଳା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।

ଏହି କାର୍ଯ୍ୟକ୍ରମରେ କୃଷି ପ୍ରଦର୍ଶନୀ ସହ ବୈଷୟିକ ଆଲୋଚନା ଚକ୍ର, କୃଷକ ବୈଜ୍ଞାନିକ ମତ ବିନିମୟ କାର୍ଯ୍ୟକ୍ରମର ବ୍ୟବସ୍ଥା ଓ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳ ସମ୍ପଦର ସୁବିନିଯୋଗ ଏବଂ ଜଳବାୟୁ ଅଧାରିତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ, କୃଷି ଉପକରଣ, କୃଷକ ସଶକ୍ତିକରଣ ପାଇଁ ନୀତି, ଭିଜନ୍‌ କ୍ରିଏଟ୍‌ କରିବା, କୃଷି ଓ ଆନୁସଙ୍ଗିତ କ୍ଷେତ୍ରରେ ବୀମା କେନ୍ଦ୍ରିତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆଲୋଚନା ଚକ୍ରର ଆୟୋଜନ କରାଯିବ।

ବହୁ ଖ୍ୟାତସମ୍ପନ୍ନ ଅଭିଜ୍ଞ ବିଶେଷଜ୍ଞମାନେ ଯୋଗଦେଇ ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିବେ। ସରକାର ଓ ବ୍ୟବସାୟଙ୍କ ମଧ୍ୟରେ ୮ଟି ବିଷୟରେ ଆଲୋଚନା କରାଯିବ।

ଫିକି ସହଯୋଗିତାରେ ଏହି ଆୟୋଜନ କରୁଛି ଓଡ଼ିଶା କୃଷି ଓ କୃଷକ ଶସକ୍ତିକରଣ ବିଭାଗ।

Comment