ଓଡ଼ିଶାଲାଇଭ୍ ବ୍ୟୁରୋ
୧୨ ଦଫା ଦାବି ନେଇ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଶ୍ରମିକ ସଙ୍ଗଠନ। ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି।
ଅଲ୍ ଇଣ୍ଡିଆ ଫରଓ୍ଵାର୍ଡ ବ୍ଲକ୍ ପକ୍ଷରୁ ଭୁବନେଶ୍ଵର ରେଳ ଷ୍ଟେସନ୍ରେ ରେଳରୋକ୍ କରାଯାଇଛି। ଆନ୍ଦୋଳନକାରୀମାନେ ଭୁବନେଶ୍ୱର ବଲାଙ୍ଗିର ଇଣ୍ଟରସିଟିକୁ ଅଟକାଇ ରଖିଛନ୍ତି। ଅନ୍ୟନଟେ ବସ୍ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି।

ଭୁବନେଶ୍ୱରର ଆଚାର୍ଯ୍ୟବିହାର, ମାଷ୍ଟରକ୍ୟାଣ୍ଟିନ୍, ଜୟଦେବ ବିହାର, ପଳାଶୁଣୀ, ପିଏମ୍ଜି ଛକ ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ଆନ୍ଦୋଳନକାରୀମାନେ ରାସ୍ତାରୋକ୍ କରିଛନ୍ତି। ସବୁଆଡ଼େ ରାସ୍ତା ଖାଁ ଖାଁ ହୋଇଯାଇଛି। କାଁ ଭାଁ ଗୋଟିଏ ଦୁଇଟି ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳିଛି।
କଟକରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଟକ ବାଦାମବାଡ଼ି ବସ୍ଷ୍ଟାଣ୍ଡରେ ସମସ୍ତ ବସ୍ ଅଟକି ରହିଛି। ସେହିପରି ରାଉରକେଲା, ବାଲେଶ୍ୱର ଓ ଭଦ୍ରକରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି।

ଭାରତ ବନ୍ଦକୁ କଂଗ୍ରେସ ମଧ୍ୟ ସମର୍ଥନ କରୁଛି। ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବ ନାହିଁ।














