ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାସ୍ଥିତ ପିତାମହଲ ନିକଟରେ ଏକ ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା ହେବା ଫଳରେ ଟ୍ୟାଙ୍କରଟି ଜଳି ଯାଇଛି।

ପୋଲିସ ସୂଚନାଅନୁଯାୟୀ, ରାତି ୧ଟା ସମୟରେ ଏକ ଟ୍ୟାଙ୍କର୍ ବିଶାଖାପାଟଣାରୁ ରାୟଗଡ଼ା ଆଡ଼କୁ ଆସୁଥିଲା। ଅପରପକ୍ଷରେ ଏକ ଟ୍ରକ୍ ରାୟଗଡ଼ାରୁ ବିଶାଖାପାଟଣା ଆଡ଼କୁ ଯାଉଥିଲା।

ଉଭୟ ଗାଡ଼ି ରାୟଗଡ଼ା ସହରରୁ ମାତ୍ର ଦୁଇ କିଲୋମିଟର ଦୂର ପିତାମହଲର ନିକଟରେ ଧକ୍କା ହୋଇଥିଲା। ଏହା ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଟ୍ୟାଙ୍କରର ଡ୍ରାଇଭର କେବିନଟି ସଂପୂର୍ଣ୍ଣ ଜଳି ଯାଇଥିବା ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକ ଚାଳକଙ୍କର କିଛି କ୍ଷତି ଘଟି ନ ଥିବା ଜଣାପଡ଼ିଛି।

ଟ୍ୟାଙ୍କରଟି ମୁମ୍ବାଇରୁ ଜେକେପୁର କାଗଜକଳକୁ ହାଇଡ୍ରୋଜେନ୍ ପେରକ୍ସାଇଡ୍ ଏସିଡ୍ ନେଇ ଆସୁଥିଲା ବୋଲି ସୂଚନା ମିଳିଛି। ଅପରପକ୍ଷରେ ଟ୍ରକଟି ଲୁହାପଥର ନେଇ ଯାଉଥିଲା।

Comment