ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମ୍ପର୍କରେ ଓଡ଼ିଶାଲାଇଭ୍‌ ମିଡିଆ ପକ୍ଷରୁ କଫି ଟେବୁଲ ବୁକ୍‌ ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ର ଦ୍ଵିତୀୟ ସଂସ୍କରଣ କିଛି ଦିନ ପୂର୍ବରୁ ମୁକ୍ତିଲାଭ କରିଛି। ଏବେ ଏହି ପୁସ୍ତକ ବଜାରରେ ମାତ୍ର ୪୫୦ ଟଙ୍କାରେ ମିଳିପାରୁଛି।

ଏହାର ପ୍ରଥମ ସଂସ୍କରଣ ଗତବର୍ଷ ବରଗଡ଼ ଧନୁଯାତ୍ରା ମଞ୍ଚରେ ନିଜେ କଂସ ମହାରାଜା ଲୋକାର୍ପଣ କରିଥିଲେ।

ବରଗଡ଼ ଧନୁଯାତ୍ରା ସମ୍ପର୍କରେ କଫି ଟେବୁଲ ବୁକ୍ ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’ର ଦ୍ଵିତୀୟ ସଂସ୍କରଣ ଓଡ଼ିଶାଲାଇଭ୍ ପକ୍ଷରୁ କଂସ ମହାରାଜାଙ୍କୁ ଉପହାର ଦିଆଯାଇଛି।

୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ସହ ପଶ୍ଚିମ ଓଡ଼ିଶାର ବରଗଡ଼ଠାରେ ଆରମ୍ଭ ହୋଇଥିଲା ଏହି ଅନନ୍ୟ ନାଟ୍ୟ ପରମ୍ପରା। ୧୯୪୭ରୁ ୨୦୧୭ – ୭ ଦଶନ୍ଧିର ସଂସ୍କୃତିକୁ ଏହି ପୁସ୍ତକରେ ଉପସ୍ଥାପନ କରାଯାଇଛି। ଏହି ପ୍ରକାଶନର ପରିକଳ୍ପନା ଓ ସମ୍ପାଦନା କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ ମିଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

Coffee Table Book Inaugarates at Bargarh Dhanu Yatra
ବରଗଡ଼ ଧନୁଯାତ୍ରା ମଞ୍ଚରେ ପୁସ୍ତକ ଉନ୍ମୋଚନ ଅବସରରେ କଂସ ମହାରାଜାଙ୍କ ସମେତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏବଂ ଓଡ଼ିଶାଲାଇଭର ନିର୍ଦ୍ଦେଶିକା ପ୍ରଣତି ପରିଡ଼ା।

ବରଗଡ଼ ଧନୁଯାତ୍ରା ମଞ୍ଚରେ ପୁସ୍ତକ ଉନ୍ମୋଚନ ଅବସରରେ କଂସ ମହାରାଜାଙ୍କ ସମେତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏବଂ ଓଡ଼ିଶାଲାଇଭର ନିର୍ଦ୍ଦେଶିକା ପ୍ରଣତି ପରିଡ଼ା।

ଦ୍ୱାପର ଯୁଗରେ କଂସ ଥିଲେ ଜଣେ ଅତ୍ୟାଚାରୀ ରାଜା। ନିଜ ବାପାଙ୍କୁ ଗାଦିଚ୍ୟୁତ କରି ସେ ବନ୍ଦୀ କରିଥିଲେ। ନିଜ ଭଉଣୀ ଓ ଭିଣୋଇଙ୍କୁ ବନ୍ଦୀଶାଳାର ଅନ୍ଧକାର ଭିତରେ ଫୋପାଡ଼ି ଦେଇଥିଲେ। ନିଜ ଭଣଜାଙ୍କୁ ହତ୍ୟା କରିବା ପାଇଁ କଳ, ବଳ ଓ କୌଶଳ ପ୍ରୟୋଗ କରିବାକୁ ପଛାଇ ନଥିଲେ। ଏହି ନାଟ୍ୟଧାରା ଉପରେ ବରଗଡ଼ର ଧନୁଯାତ୍ରା ଆଧାରିତ। ହେଲେ ଏଠାରେ କଂସ କେବଳ ଅତ୍ୟାଚାରୀ ରାଜା ନୁହନ୍ତି, ବରଂ ଜଣେ ଲୋକପ୍ରିୟ ପ୍ରଶାସକ ମଧ୍ୟ। ଅର୍ଥାତ୍ ଦ୍ୱାପର ଯୁଗର ଭିଲେନ୍ କଂସ ଆଜିର ସମୟର ହିରୋ।

ବରଗଡ଼ ଧନୁଯାତ୍ରା ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ। ଏହି ବାର୍ଷିକ ୧୧ ଦିନର କାର୍ଯ୍ୟକ୍ରମ ମଧ୍ୟରେ ସମଗ୍ର ବରଗଡ଼ ସହର ଉତ୍ସବ ମୁଖର ପାଲଟିଥାଏ। ଏପରିକି ପ୍ରତ୍ୟେକ ବରଗଡ଼ବାସୀ ପାଲଟିଥାଆନ୍ତି ଏହି ନାଟକର ଜଣେ ଜଣେ ଚରିତ୍ର। ବରଗଡ଼ ପାଲଟେ ମଥୁରା ନଗରୀ। ଅମ୍ବାପାଲି ପାଲଟେ ଗୋପପୁର । ଏବଂ ଏହି ଦୁଇଟି ଅଞ୍ଚଳକୁ ଚିରି ମଝିରେ ପ୍ରବାହିତ ହୋଇଥିବା ଜିରା ନଦୀ ପାଲଟିଥାଏ ଯମୁନା। ୨୦ରୁ ଅଧିକ ଛୋଟବଡ଼ ମଞ୍ଚରେ ଅଭିନୀତ ବରଗଡ଼ ଧନୁଯାତ୍ରା ସତରେ ଏକ ବିରଳ, ବିଚିତ୍ର, ଅନନ୍ୟ ଏବଂ ଆକର୍ଷଣୀୟ କଳା ପରମ୍ପରା। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠିଥିବା ପ୍ରମୁଖ କଳାଧାରା ବା ପରମ୍ପରା ଭିତରେ ବରଗଡ଼ ଧନୁଯାତ୍ରା ଅନ୍ୟତମ। ଓଡ଼ିଶା ପର୍ଯ୍ୟଟନ ମଧ୍ୟ ଏହାକୁ ତାର ବାର୍ଷିକ କ୍ୟାଲେଣ୍ଡରରେ ସ୍ଥାନ ଦେଇଛି।

Dhanu Yatra

ବରଗଡ଼ ଧନୁଯାତ୍ରାକୁ ବିଶ୍ୱର ସବୁଠାରୁ ବଡ଼ ଖୋଲା ଆକାଶ ମଞ୍ଚ ବୋଲି କୁହାଯାଇଥାଏ। ଦେଶ ଓ ବିଦେଶରେ ବିଭିନ୍ନ ପତ୍ର ପତ୍ରିକାରେ ଏହିଯାତ୍ରା ପରମ୍ପରାକୁ ନେଇ ବେଶ୍ କିଛି ଆଲୋଚନା କରାଯାଇଛି। ତେବେ ବରଗଡ଼ ଧନୁଯାତ୍ରା ଉପରେ ଏକ ବିଧିବଦ୍ଧ ପୁସ୍ତକର ଅଭାବ ରହିଥିଲା ଯାହା ଏବେ ପୂରଣ ହୋଇପାରିଛି।

ଆଠ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ମଥୁରାଠାରୁ ଗୋପପୁର ଯାଏଁ ପ୍ରାୟ ୧୪ ଟି ସ୍ଥାନରେ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ଅଭିନୀତ ହେବା ଭିତରେ ଦୂର ଦୂରାନ୍ତରୁ ଆସିଥିବା ଲୋକେ ଯେଉଁଭଳି ଉତ୍ସାହ ଓ ଉଦ୍ଦୀପନାର ସହ ଏଥିରେ ସାମିଲ ହୁଅନ୍ତି ତାହା ଦେଖିବାର କଥା। ପୁସ୍ତକଟିରେ ଏହିସବୁ ବିବରଣୀ ପ୍ରଦାନ କରାଯାଇଛି।

ଗତ ୭୦ ବର୍ଷ ମଧ୍ୟରେ ଅନେକ ଚରିତ୍ର ଏହି ୧୧ ଦିନର ମହାରାଜା ହୋଇ ଚାଲି ଯାଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ ସ୍ମରଣୀୟ ହୋଇ ରହିଛନ୍ତି ଯୁଧିଷ୍ଠିର ଶତପଥୀ, ଗୋପାଳ ସାହୁ ଏବଂ ହୃଷିକେଶ ଭୋଇ ପ୍ରମୁଖ। ସେହିପରି ବର୍ତ୍ତମାନ କଂସ ଭୂମିକାରେ ଅଭିନୟ କରୁଥିବା ବରିଷ୍ଠ କଳାକାର ଭୁବନେଶ୍ୱର ପ୍ରଧାନ, ୨୦୧୭ ମସିହାରୁ ମହାରାଜା ମୁକୁଟ ପିନ୍ଧି ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବରଗଡ଼ ଧନୁଯାତ୍ରାର ଏହି ହିରୋ କଂସମାନଙ୍କ ସମ୍ପର୍କରେ ମଧ୍ୟ ଏହି ବହିରେ ଅନେକ ରୋଚକ କଥା ସ୍ଥାନ ପାଇଛି।

ବରଗଡ଼ ଧନୁଯାତ୍ରା ଯେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଅନୁଷ୍ଠାନମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ଏଥିରେ ଦ୍ୱିମତ ନାହିଁ। ଏହି ରଙ୍ଗୀନ ପୁସ୍ତକଟିରେ ଧନୁଯାତ୍ରା ସମ୍ପର୍କିତ ଟିକିନିଖି ତଥ୍ୟ ପ୍ରଦାନ କରାଯିବା ବ୍ୟତୀତ ଏହି ପରମ୍ପରାର ଏକ ତାତ୍ତ୍ୱିକ ଉପସ୍ଥାପନା କରାଯାଇଛି। ସବୁଠାରୁ ବଡ଼ କଥା ହେଲା ଏଥିରେ ରହିଥିବା ନୂଆ ପୁରୁଣା ଶତାଧିକ ଫୋଟୋଚିତ୍ର।

ପନ୍ଦରଟି ଅଧ୍ୟାୟରେ ପୁସ୍ତକଟିକୁ ବିଭକ୍ତ କରାଯାଇଛି। ଅତୀତ ସହିତ ବର୍ତ୍ତମାନକୁ ଯୋଡ଼ିବା ବ୍ୟତିରେକେ, କଂସ ରାଜାଙ୍କ ଦରବାରରେ କେଉଁଦିନ କେଉଁ ଅଧ୍ୟାୟ ଅଭିନୀତ ହୁଏ,ଏକ ପୌରାଣିକ କାହାଣୀ /କିମ୍ବଦନ୍ତୀ କିପରି ବାସ୍ତବତାର ରୂପ ନେଇଥାଏ, କଂସଙ୍କ ରଙ୍ଗ ମହଲ, ପାରମ୍ପରିକ ପୋଷାକ ଓ ରୀତିନୀତି, ଦୁଇ ଶହ କଳାକାରଙ୍କ ମୁହଁରେ ବୋଳା ହେଉଥିବା ରଙ୍ଗ କିଭଳି ଏକ ଜୀବନ୍ତ ପରିବେଶ ଉଦ୍ରେକ କରେ, ଯାତ୍ରାର ସାହିତ୍ୟ, ସଙ୍ଗୀତ ଓ ଏହାର ଅଦ୍ଵିତୀୟତା – ଏ ସବୁ କଥା ପୁସ୍ତକରେ ଉଲ୍ଲେଖ ରହିଛି।

Title: Kansa Maharaja- The Hero of Bargarh Dhanu Yatra

Concept & Edit: Nilambar Rath

Content and Composition: Sharmilee Mahapatra

Design and Digital Execution: Biswal Sudhakar

Publisher: Pranati Parida

Academy for Media Learning Private

M-6, Samanta Vihar, Bhubaneswar -751017

Price Rs 450

ISBN: 819332252-5

ପୁସ୍ତକ ପ୍ରାପ୍ତିସ୍ଥାନ: ମଡର୍ଣ୍ଣ ବୁକ୍ ଡିପୋ, ମାଷ୍ଟରକ୍ୟାଣ୍ଟିନ, ଭୁବନେଶ୍ୱର ଏବଂ ଓଡ଼ିଶାଲାଇଭ୍‌ ଅଫିସ, ଏମ୍‌-୬, ସାମନ୍ତ ବିହାର, ଭୁବନେଶ୍ୱର

ଫୋନ୍ ନମ୍ବର: ୦୬୭୪-୨୩୦୩୩୧୧, ୯୪୩୭୦୬୯୫୦୮ (ଓଡ଼ିଶାଲାଇଭ୍‌), ୦୬୭୪-୨୫୩୪୩୭୩, ୯୪୩୭୦୦୭୧୭୯ (ମଡର୍ଣ୍ଣ ବୁକ୍ ଡିପୋ)

Comment