ଓଡ଼ିଶାଲାଇଭ୍‌ ବ୍ୟୁରୋ

ନନ୍ଦନକାନନରେ ବାଘୁଣୀ ସ୍ନେହା ଗର୍ଭରୁ ଗୁରୁବାର ୨ ଛୁଆ ଜନ୍ମ ହୋଇଛନ୍ତି। ଫଳରେ ନନ୍ଦନକାନନରେ ବାଘ ସଂଖ୍ୟା ୨୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ସାଧାରଣ ରଙ୍ଗର ବାଘ ୧୩ ଓ ଧଳା ରଙ୍ଗର ୮ ବାଘ ଅଛନ୍ତି। ସେହିପରି ମେଲାନିଷ୍ଟିକ ବର୍ଗର ୪ ବାଘ ସହ ନନ୍ଦନକାନନରେ ଏବେ ୨୭ ବାଘ ଅଛନ୍ତି।

ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭ୍ ସର୍ଭେଲାନ୍ସରେ ବାଘୁଣୀ ସ୍ନେହା ଓ ୨ଶାବକଙ୍କ ଉପରେ ନଜର ରଖିଛନ୍ତି। ସମସ୍ତେ ସୁସ୍ଥ ଥିବା କର୍ତ୍ତୃପକ୍ଷ କହିଛନ୍ତି।

Comment