ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ସବୁଠୁ ଲୋକପ୍ରିୟ ଫିଲ୍ମରୁ ଗୋଟିଏ ହେଲା ‘କରନ ଅର୍ଜୁନ’। ଆଜିବି ଦର୍ଶକ ଏହି ଫିଲ୍ମକୁ ଓ ଫିଲ୍ମର ଗୀତକୁ ଦେଖିବାକୁ ପସନ୍ଦ କରନ୍ତି। ଆଜି ଏହି ସୁପର ଡୁପର ହିଟ୍ ଫିଲ୍ମକୁ ୨୫ ପୂରିଛି। ଏହି ଫିଲ୍ମରେ ଶାହରୁଖ ଖାନ ଓ ସଲମାନ ଖାନଙ୍କ ଜବରଦସ୍ତ ଯୋଡ଼ିକୁ ଦେଖିବାକୁ ମିଳିଥିଲା। ଫିଲ୍ମ ୨୫ ବର୍ଷ ପୂର୍ତ୍ତି ଅବସରରେ ସୋମବାର ସକାଳୁ ଟୁଇଟରରେ #25YearsofKaranArjun ଟ୍ରେଣ୍ଡ କରୁଛି।
ଶାହରୁଖ, ସଲମାନଙ୍କ ଏହି ଲୋକପ୍ରିୟ ଫିଲ୍ମ ୧୯୯୫, ଜାନୁଆରି ୧୩ରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ରାକେଶ ରୋଶନ। ସେ ସମୟରେ ଫିଲ୍ମଟି ୫୩ କୋଟି ଆୟ କରିଥିଲା।
ଫିଲ୍ମର ଗୀତ ‘ୟେ ବନ୍ଧନ ତୋ ପ୍ୟାର୍ କା ବନ୍ଧନ ହୈ’ ବହୁ ଲୋକପ୍ରିୟ ହୋଇଥିଲା। ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଥିଲେ। ଏବେ ମଧ୍ୟ ଅନେକ ଏହି ଗୀତକୁ ଗୁଣୁ ଗୁଣୁ ହୋଇଥାନ୍ତି।
ଫିଲ୍ମରେ ଶାହରୁଖ, ସଲମାନଙ୍କ ମା’ ଚରିତ୍ରରେ ଥିବା ରାଖୀ ଗୁଲଜର ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ।
















