ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ଵର ପକ୍ଷରୁ ପିଏଚଡି କାର୍ଯ୍ୟକ୍ରମ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୧୫ ରଖାଯାଇଛି।

ଏନେଇ ଜାନୁଆରି ୨୪ରେ ଲିଖିତ ପରୀକ୍ଷା ଓ ଜାନୁଆରି ୨୫ରେ ମୌଖିକ ପରୀକ୍ଷା କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଓ୍ଵେବସାଇଟ୍‌ www.soa.ac.in କୁ ଯାଇ ଆବେଦନ କରିପାରିବେ। ଏଥିରେ ମନୋନୀତ ହେଇଥିବା ତଥା ଯୋଗ୍ୟ ବିବେଚିତ ହୋଇଥିବା ପୂର୍ଣ୍ଣ ସମୟ ଗବେଷକମାନଙ୍କୁ ମାସିକ ୨୦ ହଜାର ଟଙ୍କା ଫେଲୋସିପ ପ୍ରଦାନ କରାଯିବ।

ମ୍ୟାନେଜମେଂଟ, ହସପିଟାଲିଟି ଓ ଟୁରିଜିମ୍ ମ୍ୟାନେଜମେଂଟ, ଡେଂଟାଲ ସାଇନସେସ୍, ଫାର୍ମାସୀ, ଲ’, ନର୍ସିଂ, ବାୟୋଟେକ୍ନୋଲୋଜି, ଇଞ୍ଜିନିୟରିଂ, ଏନଭାଇରନମେଂଟ ସାଇନସେସ୍, ବେସିକ୍ ସାଇନସେସ୍, ହ୍ୟୁମାନିଟିଜ୍ ଓ ସୋସିଆଲ ସାଇନସେସ ଏବଂ ଏଗ୍ରିକଲଚର୍ ବିଷୟଗୁଡିକରେ ଏହି ପିଏଚଡି କରାଯାଇ ପାରିବ।

Comment