ଓଡ଼ିଶାଲାଇଭ୍ ବ୍ୟୁରୋ

ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଘରେ ଘରେ ଡାଏବେଟିସ୍‌ ରୋଗୀ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା, ସ୍ୱାସ୍ଥ୍ୟକର ଜୀବନଶୈଳୀ, ଔଷଧ ଏବଂ ସଠିକ୍‌ ଡାଏଟ୍‌।

ଡାଏବେଟିସ ରୋଗୀଙ୍କ ପାଇଁ ଖାଦ୍ୟ

“ଡାଏବେଟିସ୍‌ ରୋଗୀମାନେ ନିଜର ଖାଦ୍ୟପାନୀୟକୁ ନେଇ ଅଧିକ ଯତ୍ନବାନ ହେବା ଆବଶ୍ୟକ। ଏକ ରୁଟିନ୍‌ ଅନୁସାରେ ଖାଇବା ପିଇବା କଲେ ସେମାନେ ରୋଗକୁ ସାଥୀରେ ଧରି ମଧ୍ୟ ଫିଟ୍‌ ରହିପାରିବେ। ତେଣୁ ନିୟମିତ କ’ଣ ଖାଇବେ, କେତେ ପରିମାଣରେ ଖାଇବେ ଏ ବିଷୟରେ ନିଜର ଡାଏଟିସିଆନଙ୍କଠାରୁ ଭଲ ସେ ବୁଝିନେବା ଆବଶ୍ୟକ”, କହିଛନ୍ତି ଡାଏଟିସିଆନ ସୁଶ୍ରୀ ସଙ୍ଗୀତା ଜେନା।

“ସାତ ଦିନ ପାଇଁ କଣ ଖାଇବେ ତାର ସୂଚୀ ପ୍ରସ୍ତୁତ କରନ୍ତୁ। ଉଦାହରଣ ସ୍ଵରୂପ ଗୋଟେ ମୁଠା ଭାତ ଖାଉଥିଲେ ଦୁଇ ମୁଠା ଡାଲି ଖାଆନ୍ତୁ। ଏହାଦ୍ଵାରା ଭାତରେ ଥିବା କାର୍ବୋହାଇଡ୍ରେଡର ପରିମାଣ କମିଯାଇ ଏକ ସନ୍ତୁଳିତ ଆହାର ହୁଏ। ପ୍ରତ୍ୟେକ ମାସରେ କେତେ ସୁଗାର ବଢୁଛି ଓ କମୁଛି ତାହା ଟିପି ରଖନ୍ତୁ।ତାକୁ ଆଧାର କରି ଆପଣ ନ୍ୟୁଟ୍ରିସିଅନଙ୍କ ସହ କଥା ହୋଇ ନିଜ ଡାଏନ ପ୍ଲାନରେ ପରିବର୍ତ୍ତନ କରିପାରିବେ” କହିଛନ୍ତି ଡାଏଟିସିଆନ ସୁଶ୍ରୀ ସଙ୍ଗୀତା ଜେନା।

ଡାଏବେଟିସ୍ ଡଏଟ୍ ଚାଟ୍

“ସବୁଜ ପନିପରିବା, ଶାଗ, ଯେକୌଣସି ପ୍ରକାର ଭର୍ତ୍ତା, ସାଲାଡ, ସପ୍ତାହରୁ ୩ ଦିନ ଆମିଷ, ରାତିରେ ରୁଟି ସହ ବିଭିନ୍ନ ପ୍ରକାର ଭଜା, ସନ୍ତୁଳା ଖାଇପାରିବେ। ଏହାସହ ବିଭିନ୍ନ ପ୍ରକାର ପନିପରିବାର ସୁପ୍ କରି ପିଇ ପାରିବେ। ଦଲିଆ, ଓଟ୍ସ ଆଦି ସକାଳ ଦଳଖିଆର ମଧ୍ ଖାଇପାରିବେ” କହିଛନ୍ତି ଡାଏଟିସିଆନ ସୁଶ୍ରୀ ସଙ୍ଗୀତା ଜେନା ।

Tags: #Diabetes #DietManagement #FoodChart #Lifestyle #Odisha

LEAVE A REPLY

Please enter your comment!
Please enter your name here