ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଏହା ପ୍ରଥମ ମ୍ୟାଚ୍। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ରୋହିତଙ୍କ ସହ ବୁମରା ଓ ସାର୍ଦ୍ଦୁଲଙ୍କୁ ସ୍ଥାନ ମିଳିଛି। ଏହା ସହ ତିନି ଓପନର ଶିଖର, ରୋହିତ ଓ ରାହୁଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ଏହାଦ୍ୱାରା ଅଧିନାୟକ ବିରାଟ କୋହଲି ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବେ ବୋଲି ସ୍ଥିର ହୋଇଛି।

ସେହିପରି ଅଷ୍ଟ୍ରେଲିଆ ଦଳରେ ମଧ୍ୟ ସ୍ମିଥ୍ ଓ ୱାର୍ନର ଟିମ୍ ଇଣ୍ଡିଆ ପାଇଁ ବିପଦଜନକ ହେବେ ବୋଲି କୁହାଯାଉଛି। ଏହି ମ୍ୟାଚରେ କୋହଲି-ସ୍ମିଥ ଓ ରୋହିତ-ୱାର୍ନରଙ୍କ ସୋ’ ଦେଖିବାକୁ ମିଳିବ ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି।

Comment