ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ତ୍ତବ୍ୟରେ ଅବହେଳା ପାଇଁ ପିସିଆର୍‌ ଷ୍ଟାଫ ସସ୍‌ପେଣ୍ଡ। ପୋଲିସ ଉପସ୍ଥିତିରେ ମାଡ଼ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୋଲିସ ଉପସ୍ଥିତିରେ ୫ରୁ ୬ଜଣ ଯୁବକ ଭଗବାନ ଟାଓ୍ଵାର ଟ୍ରେଜରରଙ୍କୁ ମାଡ଼ ମାରିଥିଲେ। ମାଡ଼ ମାରିଥିବା ୩ ଯୁବକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

ଜଣେ ବ୍ୟକ୍ତିଙ୍କୁ ପୋଲିସ ଉପସ୍ଥିତିରେ ୫ରୁ ୬ଜଣ ଦୁର୍ବୃତ୍ତ ମିଳିତ ଭାବେ ଆକ୍ରମଣ କରିଥିବା ସିସିଟିଭି ଦୃଶ୍ୟ ବି କ୍ୟାମେରାରେ କଏଦ ହୋଇଥିଲା। ଦିନଦ୍ୱିପ୍ରହରରେ ପୁଲିସ ଉପସ୍ଥିତିରେ ଆକ୍ରମଣ ପରେ ଚାଲିଥିଲା ଆକ୍ରମଣ। ପିସିଆର ଭ୍ୟାନ ପହଞ୍ଚି ଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିଲେ।

ଯୁବକ ଜଣକ ନିଜ ଝିଅକୁ ସ୍କୁଲରୁ ଛାଡ଼ି ଆପାର୍ଟମେଣ୍ଟ ଫେରୁଥିବା ବେଳେ ରାସ୍ତା ଅବରୋଧ କରିଥିବା କିଛି ଲୋକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ଯୁବକ ଜଣକ ଆପାର୍ଟମେଣ୍ଟ ଭିତରକୁ ଦୌଡ଼ି ଯାଇ ପୋଲିସକୁ ଫୋନ କରିଥିଲେ। ପୋଲିସ ଆସିଥିଲେ ମଧ୍ୟ ସେମାନେ ପୋଲିସ ସାମ୍ନାରେ ଯୁବକଙ୍କୁ ମାଡ଼ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି।

Comment