ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ):ଓଡ଼ିଆ ପରମ୍ପରାରେ ମକର ସଂକ୍ରାନ୍ତିକୁ ଲୋକମାନେ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ଲୋକମାନେ ଏହି ଦିନରେ ମକର ଚାଉଳ ପ୍ରସ୍ତୁତ କରି ଖାଇବା ସହ ଗୁଡ଼ି ଉଡ଼ାଇ ସମୟ ଅତିବାହିତ କରିଥାନ୍ତି। ବୁଧବାର ପୁରୀ ଜିଲ୍ଲା ରାମଚଣ୍ଡୀ କୂଳ ଆକାଶରେ ମଧ୍ୟ ଅନେକ ଗୁଡ଼ି ଦେଖିବାକୁ ମିଳିଥିଲା।ଚନ୍ଦ୍ରଭାଗା ରାମଚଣ୍ଡୀ କୂଳରେ ଇକୋ ରିଟ୍ରିଟ୍ ଆୟୋଜନ ହେଉଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଗହଳି ଲାଗି ରହିଛି। ବୁଧବାର ମକର ସଂକ୍ରାନ୍ତି ହେତୁ ଗୁଡ଼ି ଉଡ଼େଇବା ପାଇଁ ଏଠାରେ ଛୋଟ ଛୋଟ ପିଲାମାନେ ଗହଳି ଲଗାଇଥିଲେ। ରଙ୍ଗ ବେରଙ୍ଗର ଗୁଡ଼ି ଗୁଡ଼ିକ ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା।

ବିଶେଷକରି ପ୍ରଜାପତି ଗୁଡ଼ି, କାର୍ଟୁନ ଗୁଡ଼ି ଗୁଡ଼ିକୁ ଉଡ଼ାଇବାରେ ପିଲାମାନେ ବେଶ୍ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। କୋଣାର୍କକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏ ଦୃଶ୍ୟ ଦେଖିବାକୁ କିଛି ସମୟ ଅଟକି ରହିଥିଲେ।

Comment