ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ଘନ କୁହୁଡ଼ି। ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୭.୪ ଡିଗ୍ରୀ ସେଲସିୟସ୍‌ ସହ ସୋନପୁର ସବୁଠୁ ଥଣ୍ଡା ସହର। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗର ବୁଲେଟିନ୍‌ ଅନୁଯାୟୀ, ଦାରିଙ୍ଗିବାଡ଼ିର ତାପମାତ୍ରା ୮.୯ ଡିଗ୍ରୀ ସେଲସିୟସ୍, ଟିଟିଲାଗଡ଼ରେ ୯.୧, ଅନୁଗୁଳରେ ୯.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଆସନ୍ତା ୩ରୁ ୪ ଦିନ ଯାଏଁ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ।

୧୬ ତାରିଖରେ କଟକ, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ ପୁରୀ ଓ ନୟାଗଡ଼ ଜିଲ୍ଲାରେ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Comment