ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ବ୍ୟାଙ୍କ ଫର୍ ଆଗ୍ରିକଲ୍ଚର ଆଣ୍ଡ୍ ରୁରାଲ ଡେଭେଲପମେଣ୍ଟ(ନାବାର୍ଡ)ରେ ୧୫୦ଟି ଗ୍ରୁପ୍ ‘ଏ’ ଆସିଷ୍ଟାଣ୍ଟ ମ୍ୟାନେଜର ପବଦୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆର୍ଡିବିଏସ୍, ରାଜଭାଷା ଏବଂ ଲିଗାଲ – ଏହି ୩ଟି କାଟେଗୋରୀରେ ନିଯୁକ୍ତି ଦିଆଯିବ।
ଆବେଦନର ଶେଷ ତାରିଖ– ଫେବ୍ରୁଆରି ୩
ପଦବୀ
- ଆସିଷ୍ଟାଣ୍ଟ ମ୍ୟାନେଜର (ଆର୍ଡିବିଏସ୍)- ୧୩୯
- ଜେନେରାଲ- ୬୯
- ଜେନେରାଲ ଆଗ୍ରିକଲ୍ଚର- ୪
- ଆଗ୍ରିକଲ୍ଚର ଇଞ୍ଜିନିୟରିଂ- ୩
- ଫୁଡ୍/ଡାଇରୀ ପ୍ରୋସେସିଂ- ୩
- ଲ୍ୟାଣ୍ଡ୍ ଡେଭେଲପ୍ମେଣ୍ଟ୍- ୩
- ଏନ୍ଭର୍ମେଣ୍ଟାଲ ଇଞ୍ଜିନିୟରିଂ/ସାଇନ୍ସ- ୪
- ଆଗ୍ରିକଲ୍ଚର ମାର୍କେଟିଂ/ ଆଗ୍ରି ବିଜିନେସ୍ ମ୍ୟାନେଜମେଣ୍ଟ- ୨
- ଜିଓ ଇନ୍ଫରମେଟିକ୍ସ- ୨
- ଆଗ୍ରିକଲ୍ଚର ଇକୋନମିକ୍ସ/ ଇକୋନମିକ୍ସ- ୫
- ଇନ୍ଫରମେସନ ଟେକ୍ନଲୋଜି- ୧୨
- ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍- ୮
- କମ୍ପାନି ସେକ୍ରେଟାରୀ- ୩
- ଫାଇନାନ୍ସ- ୧୬
- ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ- ୩
- ଷ୍ଟାଟିଷ୍ଟିକ୍ସ- ୨
- ଆସିଷ୍ଟାଣ୍ଟ ମ୍ୟାନେଜର (ରାଜଭାଷା)- ୮
- ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ)- ୩
ବୟସ
ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା
ଆସିଷ୍ଟାଣ୍ଟ ମ୍ୟାନେଜର (ଆର୍ଡିବିଏସ୍) ପାଇଁ ପ୍ରାର୍ଥୀମାନେ ନିଜ ବିଷୟରେ ୫୦ ପ୍ରତିଶତ ଆଗ୍ରିଗେଟ୍ ମାର୍କ ସହ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ଆସିଷ୍ଟାଣ୍ଟ ମ୍ୟାନେଜର (ରାଜଭାଷା) ପାଇଁ ପ୍ରାର୍ଥୀ ଇଂରାଜୀ କିମ୍ବା ହିନ୍ଦୀ ବିଷୟରେ(୫୦ ପ୍ରତିଶତ ଆଗ୍ରିଗେଟ୍ ମାର୍କ) ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏସ୍ସି/ଏସ୍ଟି ପ୍ରାର୍ଥୀଙ୍କ ଏଗ୍ରିଗେଟ୍ ମାର୍କ ଧରାଯିବ ନାହିଁ। ପ୍ରାର୍ଥୀ ଇଂରାଜୀରୁ ହିନ୍ଦି କିମ୍ବା ହିନ୍ଦୀରୁ ଇରାଜୀ ଅନୁବାଦ କରିପାରୁଥିବା ଦରକାର। ସ୍ନାତକୋତ୍ତର ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।
ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ) ପାଇଁ ପ୍ରାର୍ଥୀ ଆଇନ୍ରେ ପ୍ରତି ସେମିଷ୍ଟାରରେ ୫୦ ପ୍ରତିଶତ ମାର୍କ ରଖି ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ସେହିପରି ତାଙ୍କୁ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତି ମିଳିଥିବା ଆବଶ୍ୟକ। ଆଇନ୍ରେ ମାଷ୍ଟର ଡିଗ୍ରୀ ଲାଭ କରିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।
ଚୟନ ପ୍ରକ୍ରିୟା
ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ପ୍ରାର୍ଥୀଙ୍କୁ ୩ଟି ପର୍ଯ୍ୟାୟରେ ଚୟନ କରାଯିବ। ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମେନ୍ ଏବଂ ଇଣ୍ଟରଭ୍ୟୁ ଜରିଆରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।
ଇଚ୍ଛୁକ ପ୍ରାର୍ଥୀମାନେ ଆଇବିପିଏସ୍ରେ ନାବାର୍ଡ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ଆବେଦନ କରିପାରିବେ। ନିମ୍ନଲିଖିତ ଲିଙ୍କ୍କୁ କ୍ଲିକ୍ କରି ଆପଣ ସିଧାସଳଖ ଆବେଦନ ପେଜ୍କୁ ଯାଇପାରିବେ। ଏବିଷୟରେ ଅଧିକ ସୂଚନା ପାଇଁ ନାବାର୍ଡର ଅଫିସିଆଲ ୱେବ୍ସାଇଟ୍ www.nabard.org ଲଗ୍ଅନ୍ କରି ପାଇପାରିବେ।