ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଵାମୀ ସାଜିଲା ସୈତାନ। ସ୍ଵାମୀର ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା କରି ପୋତି ଦେଲା ସ୍ଵାମୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସମ୍ଵଲପୁର ଜିଲ୍ଲା ବାହାଲପଡ଼ା ଅଞ୍ଚଳରେ। ମୃତ୍ୟୁର ୧୭ ଦିନ ପରେ ଶବକୁ ବାଗଡ଼ିହ ଆମ୍ଵୁରେଇ ଜଙ୍ଗଲର ମାଟି ତଳୁ ଉଦ୍ଧାର କରିଛି ପୋଲିସ। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଦେଢ଼ ବର୍ଷ ତଳେ ସମ୍ଵଲପୁର ଜିଲ୍ଲା ବାହାଲପଡ଼ା ଗାଁର କୁନାଲ ସିଂ ବିହାର ପଣ୍ଡୁରା ରାମପୁର ଅଞ୍ଚଳର ଆରତୀଙ୍କୁ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ଯୌତୁକ ପାଇଁ ଆରତୀଙ୍କ ନିର୍ଯାତନା ଦେଇଥିଲେ ଶାଶୂଘର ଲୋକ। ପରେ କୁନାଲ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜାଣିବାକୁ ପାଇଲେ। ଏନେଇ କୁନାଲଙ୍କୁ ବିରୋଧ ମଧ୍ୟ କରିଥିଲେ।

ଏହାକୁ ନେଇ ଯକ୍ତିତର୍କ ହେବାରୁ କୁନାଲ ଆରତୀଙ୍କୁ ହତ୍ୟା କରି ଦେଇଥିଲା। ଏହାପରେ ମୃତଦେହକୁ ଲୁଚାଇବାକୁ ଘରଠାରୁ ଅଳ୍ପ ଦୂରରେ ଆମ୍ଵୁରାଇ ଜଙ୍ଗଲରେ ପୋତି ଦେଇଥିଲା। ପରେ ଚାଲାକିର ସହ ଥାନାରେ ଯାଇ ସ୍ତ୍ରୀର ନିଖୋଜ ଅଭିଯୋଗ ଥାନାରେ ଦେଇଥିଲେ।

ଝିଅର ନିଖୋଜ ଖବର ପାଇ ପରିବାର ଲୋକ ଚିନ୍ତାରେ ପଡ଼ିଯାଇଥିଲେ। ଝିଅକୁ ଚାରିଆଡ଼େ ଖୋଜିବାକୁ ପ୍ରୟାସ କରିଥିଲେ। ଶେଷରେ ସମ୍ଵଲପୁର ବାହାଲପଡ଼ାରେ ପହଞ୍ଚି ଥିଲେ। ସେଠାରେ ଘର ତାଲା ପଡ଼ିଥିବାର ଦେଖି ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୁନାଲକୁ ଗିରଫ କରିଥିଲା। ପରେ ପଚରା ଉଚରା ପରେ ସତ୍ୟ ଘଟଣା ସାମ୍ନାକୁ ଆସିଥିଲା।

Comment