ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ-ମଧ୍ୟ ରେଲୱେ ଜବଲପୁର ମଣ୍ଡଳରେ ବିଭିନ୍ନ ଟ୍ରେଡ୍ରେ ୧୨୭୩ ଆପ୍ରେନଟିସ୍ ନିଯୁକ୍ତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧୫ ତାରିଖରୁ ଏନେଇ ଆବେଦନ ଆରମ୍ଭ ହୋଇଯାଇଛି। ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ଫେବ୍ରୁଆରି ୧୪ ତାରିଖ ଯାଏଁ ଆବେଦନ କରିପାରିବେ।
ପଦବୀ
ଡିଜେଲ୍ ମେକାନିକ୍, ଇଲେକ୍ଟ୍ରିସିଆନ୍, ୱେଲଡର୍, ମେସିନିଷ୍ଟ, ଫିଟର୍, ଟର୍ଣ୍ଣର, ୱେର୍ମ୍ୟାନ୍, ମାସନ, କାର୍ପେନଣ୍ଟର୍, ପେଣ୍ଟର୍, ଗାର୍ଡେନର ଭଳି ବିଭିନ୍ନ ଟ୍ରେଡରେ ମୋଟ ୨୫୬୨ ଜଣ ଆପ୍ରେନଟିସଙ୍କୁ ନିଯୁକ୍ତି ଦିଆଯିବ।
ଶିକ୍ଷାଗତ ଯୋଗ୍ୟତା
ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ରଖି ଦଶମ ପାସ କରିଥିବେ। ସେହିପରି ଏନ୍ସିଭିଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ନିଜ ଟ୍ରେଡରେ ଆଇ.ଟି.ଆଇ ପାସ କରିଥିବେ।
ବୟସସୀମା
ପ୍ରାର୍ଥୀଙ୍କର ବୟସ ୧୫ ରୁ ୨୪ ବର୍ଷ ଭିତରେ ହୋଇଥିବ। ଏସ୍ସି,ଏସ୍ଟିଙ୍କ ପାଇଁ ୫ ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ବୟସସୀମା କୋହଳ କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ବୟସସୀମା ୧୦ ବର୍ଷ କୋହଳ କରାଯାଇଛି।
ଆବେଦନ ଫି’
୧୭୦ ଟଙ୍କା ଅନଲାଇନ୍ ଦେବାକୁ ପଡ଼ିବ। ଏସ୍ସି, ଏସ୍ଟି, ଭିନ୍ନକ୍ଷମ ଏବଂ ମହିଳା ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବନି।
ଆପ୍ରେନ୍ଟିସ୍ ପାଇଁ ଅନଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍ସାଇଟ୍ www.mponline.gov.in ଯାଇ ଆବେଦନ ତଥା ସବିଶେଷ ତଥ୍ୟ ପାଇପାରିବେ। ଆସନ୍ତା ଫେବ୍ରୁଆରି ୧୪ ତାରିଖ ରାତି ୧୧.୫୯ ଯାଏଁ ଆବେଦନ କରିପାରିବେ।


















