ଓଡ଼ିଶାଲାଇଭ୍ ବ୍ୟୁରୋ

punjab-2

ଲଦାଖର ଗଲୱାନ ଘାଟିରେ ସୀମା ବିବାଦକୁ ନେଇ ଭାରତ-ଚୀନ ଯବାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ପ୍ରାଣ ହରାଇଥିଲେ ଭାରତର ୨୦ ଜଣ ବୀର ଯବାନ। ଏଥିରେ ସାମିଲ୍ ଅଛନ୍ତି ପଞ୍ଜାବର ୪ଜଣ ସିପାହୀ। ତେବେ ପଞ୍ଜାବ ସରକାର ସହିଦଙ୍କ ପରିବାରକୁ କ୍ଷତିପୂରଣ ସହ ସରକାରୀ ଚାକିରି ଦେବାକୁ ଆଶ୍ୱାସନା ଦେଇଛନ୍ତି।

ଗତ ସୋମବାର ଗଲଓ୍ୱାନରେ ପ୍ରାଣ ହରାଇଥିଲେ ପଞ୍ଜାବର ଚାରି ଯବାନ। ସେ ହେଉଛନ୍ତି ପଟିଆଲା ଜିଲ୍ଲାର ସିଲ ଗାଁର ମନଦୀପ ସିଂ, ଗୁରୁଦାସପୁର ଜିଲ୍ଲାର ଭୋଜରାଜ ଗାଁର ସତନାମ ସିଂ। ମାନସା ଜିଲ୍ଲାର ବିରେଓ୍ୱାଲା ଡୋଗରାର ନିବାସୀ ଗୁରତେଜ ସିଂ ଏବଂ ସଙ୍ଗରୁର ଜିଲ୍ଲାର ତୋଲେବାଲ ଗାଁର ଗୁରବିନ୍ଦର ସିଂ।

ମନଦୀପ ସିଂ ଏବଂ ସତନାମ ସିଂ ବିବାହିତ ହୋଇଥିବାରୁ କ୍ଷତିପୂରଣ ଭାବେ ସେମାନଙ୍କ ପରିବାରକୁ ୧୨ ଲକ୍ଷ ଲେଖାଏଁ ଦିଆଯିବ। ଅନ୍ୟ ପକ୍ଷରେ ଅନ୍ୟ ଦୁଇ ସିପାହୀ ଗୁରତେଜ ସିଂ ଏବଂ ଗୁରବିନ୍ଦର ସିଂଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ହିସାବରେ ଦିଆଯିବ।

punjab-3

ପଞ୍ଜାବର ମୁଖ୍ୟ ମନ୍ତ୍ରୀ କେ.ଅମରେନ୍ଦ୍ର କହିଛନ୍ତି ଯେ ନିଜ ସନ୍ତାନକୁ ହରାଇଥିବା ପରିବାରର କ୍ଷତିପୂରଣ କେବେ ସମ୍ଭବ ନୁହେଁ କିନ୍ତୁ ସରକାରଙ୍କ ତରଫରୁ ମିଳୁଥିବା ଏହି ଚାକିରି ଏବଂ କିଛି ଅର୍ଥ ସେମାନଙ୍କ ଦୁଃଖକୁ କିଛି ମାତ୍ରାରେ ଲାଘବ କରିବାରେ ସାହାଯ୍ୟ କରିପାରେ।

ସହିଦଙ୍କ ଶବକୁ ସସମ୍ମାନ ସହ ସେମାନଙ୍କ ଗାଁରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ହିଁ ସେମାନଙ୍କର ଅନ୍ତିମ ସଂସ୍କାର ହେବ।

Comment