ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ କୁକୁର କାମୁଡ଼ାରେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ଟଙ୍କା ମୃତ ଶିଶୁଙ୍କ ପରିବାରକୁ ପ୍ରଦାନ କରିବାକୁ କୋର୍ଟ କହିଛନ୍ତି।

ଗତ ୨୦୧୬ ମସିହା ଡିସେମ୍ବର ମାସରେ ଜଗନ୍ନାଥ କଲୋନୀ ଅଞ୍ଚଳର ଜଣେ ୪ ବର୍ଷର ଶିଶୁ ନିଜ ଘର ବାଡ଼ିରେ ଖେଳୁଥିବା ସମୟରେ ବୁଲା କୁକୁର କାମୁଡ଼ି କାମୁଡ଼ି ଲହୁଲୁହାଣ କରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ପୁରୀ ସହରରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର କରି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଲାଗି ଓଡ଼ିଶା ହାଇକୋର୍ଟ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି ।

Tags: #OdishaHighCourt #Puri #PuriMunicipality #DogAttack #ChildDied #Compensation #Judgement

LEAVE A REPLY

Please enter your comment!
Please enter your name here