ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ସରକାର ଆଣିଲେ ନୂଆ ନିୟମ। ତମାଖୁ ସେବନ କରୁଥିଲେ ମିଳିବନି ସରକାରୀ ଚାକିରି।

ସିଗାରେଟ, ବିଡି, ଗୁଟଖା ଭଳି ତମାଖୁ ସେବନ କରୁଥିଲେ ମିଳିବନି ସରକାରୀ ଚାକିରି। ତେଣୁ ଚାକିରି ପାଇଁ ଆବେଦନ କରିବା ସମୟରେ ପ୍ରାର୍ଥୀଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ପୂର୍ବରୁ କେବେ ତମାଖୁ ସେବନ କରିନାହିଁ ବା ଭବିଷ୍ୟତରେ କେବେ କରିବି ନାହିଁ ବୋଲି ମଧ୍ୟ ସତ୍ୟପାଠରେ ପ୍ରାର୍ଥୀଙ୍କୁ ଏଭଳି ଲେଖିବାକୁ ପଡ଼ିବ। ଝାଡ଼ଖଣ୍ଡ ସରକାର ଏଭଳି ଏକ ନୂଆ ନିୟମ ଆଣିଛନ୍ତି। ୨୦୨୧ ଏପ୍ରିଲ ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ।

ଗତ ମଙ୍ଗଳବାର ଦିନ ରାଞ୍ଚିରେ ଆୟୋଜିତ ତମାଖୁ ନିୟନ୍ତ୍ରଣ କମିଟି ସହିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହାସହିତ ତମାଖୁ ଉତ୍ପାଦ ବିକ୍ରୟ କରୁଥିବା ଦୋକାନରେ କୌଣସୀ ପ୍ରକାର ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯିବ ନାହିଁ ବୋଲି କୁହାଯାଇଥିଲା। ଏମିତିକି ସେମାନେ ଚା’, ବିସ୍କୁଟ ମଧ୍ୟ ବିକ୍ରି କରିପାରିବେ ନାହିଁ।

ଝାଡ଼ଖଣ୍ଡ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବହୁ ବଡ଼ ବଡ଼ ବ୍ୟକ୍ତିଙ୍କ ସମର୍ଥନ ମଧ୍ୟ ମିଳିଛି। କେବଳ ତମାଖୁ ନୁହେଁ ମଦକୁ ବି ବନ୍ଦ କରିବା ପାଇଁ ସରକାର ଚିନ୍ତା କରିବା କଥା ବୋଲି ଅନେକ ମତ ଦେଇଛନ୍ତି।

Comment