ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ମାଧ୍ୟମରେ ବିରାଟ ଏକ ନୂଆ ରେକର୍ଡ କରିପାରନ୍ତି। ସେ ଆଉ ଗୋଟିଏ ଶତକ କଲେ ଘରୋଇ ମାଟିରେ ସର୍ବାଧିକ ଶତକ ସଚିନ ହାସଲ କରିବାରେ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବେ।

ସଚିନ ତେନ୍ଦୁଲକର ଦିନିକିଆରେ ୪୯ ଶତକ ହାସଲ କରିଛନ୍ତି। ଏହା ମଧ୍ୟରୁ ୨୦ ଶତକ ସେ ଭାରତରେ ହାସଲ କରିଛନ୍ତି। ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ ମାଟିରେ ୧୯ ଶତକ ହାସଲ କରିସାରିଛନ୍ତି। ଯଦି ଆଜି ମୁମ୍ଵାଇରେ ସେ ଆଉ ଗୋଟିଏ ଶତକ ହାସଲ କରନ୍ତି, ତାହେଲେ ସେ ସଚିନଙ୍କ ସମକକ୍ଷ ହେବେ।

ବିରାଟ କୋହଲି ଏକ ଖେଳ ଆରମ୍ଭଠୁ ଆଜି ଯାଏଁ ଅନେକ ରେକର୍ଡ କରି ଆସିଛନ୍ତି। ନିକଟରେ ବିରାଟ ଅଧିନାୟକ ଭାବେ ଦ୍ରୁତତମ ୧୧ ହଜାର ରନ୍‌ ପୂରଣ କରିଥିଲେ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଆଜି ଅନ୍ତିମ ଦିନିକିଆ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ। ଏହି ମ୍ୟାଚ ଯେଉଁ ଦଳ ଜିତିବ ସେ ସିରିଜ ଅକ୍ତିଆର କରିବ।

Comment