ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ମତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀଙ୍କ ଘର ବାସୁଦେବପୁର ଏଡ଼ତାଳ ନିକଟରେ। ସୋମବାର ସେ ଭଦ୍ରକ ରେଳ ଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସୋମବାର ସନ୍ଧ୍ୟା ୫ଟା ସମୟରେ ବିଜୟଓ୍ଵାଡାରୁ ହାଓଡ଼ା ଯାଉଥିବା ହମସଫର ଏକ୍ସପ୍ରେସ ଭଦ୍ରକ ଷ୍ଟେସନରେ ଲାଗିଥିଲା। ଟ୍ରେନଟି ଷ୍ଟେସନକୁ ପହଞ୍ଚିବା ସମୟରେ ହଠାତ ଯୁବତୀ ଜଣକ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ। ଟ୍ରେନର ଗତି ଜୋରରେ ଥିବାରୁ ଧକ୍କା ଖାଇ ଯୁବତୀ ଜଣକ ରେଳ ଧାରଣା କଡ଼କୁ ଛିଟକି ପଡ଼ିଥିଲେ।

ଏହି ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ କଟି ଯାଇଥିବା ବେଳେ ଡାହଣ ଗୋଡ଼ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଘଟଣାସ୍ଥଳରୁ ତାଙ୍କୁ ଜିଆରପି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତଚାଙ୍କର ମୃତ୍ୟୁ ହୋଇଥିଲା।

ଏ ସଂପର୍କରେ ପରେ ପୋଲିସ ଯୁବତୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପାରିବାରିକ କହଳରୁ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Comment