ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ ଇକୋ ରିଟ୍ରିଟରେ ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟର ପର୍ଯ୍ୟଟନ ଚିତ୍ରକୁ ସାରାଦେଶରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏଥିରେ ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ।

‘‘ଓଡ଼ିଶା ପର୍ଯ୍ୟଟନର ସର୍ବଶ୍ରେଷ୍ଠ ସ୍ଥାନ। ଏଠାରେ ସବୁ ସୁବିଧା ଅଛି। ଏହି ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନର ବିକାଶ ସଂପର୍କରେ ଆଲୋଚନା ହେବ’’, କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

Comment