ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କିଛି ଦିନର ନିରବତା ପରେ ରାୟଗଡ଼ାରେ ପୁଣି ଲାଲବାହିନୀ ବର୍ବରକାଣ୍ଡ ଘଟାଇଛି। ଠିକା କ୍ୟାମ୍ପରେ ଲଙ୍କାକାଣ୍ଡ ଘଟାଇ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲବାହିନୀ।
ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର ମାଓବାଦୀ ଆସି ନିୟମଗିରି ପାହାଡ଼ର ବୁଡୁଣୀଠାରୁ ଗୁମ୍ମା ଗ୍ରାମକୁ ହେଉଥିବା ରାସ୍ତା ନିର୍ମାଣକୁ ଵିରୋଧ କରିଥିଲେ। ଠିକା କ୍ୟାମ୍ପରେ ପଶି ଶ୍ରମିକମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିବା ସହ ୨ଜଣ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।
କିଛି ସମୟ ପରେ ଠିକା କାମରେ ନିୟୋଜିତ ଥିବା ଦୁଇଟି ଜେସିବି ଗୋଟିଏ ରୋଲର ଓ ଗୋଟିଏ ମିଚୋର ମେସିନ ଜାଳି ପୋଡ଼ି ଦେଇଥିଲେ। ଏହାସହ ଘଟଣା ସ୍ଥଳରେ ୩ଟି ମାଓ ପୋଷ୍ଟର ଛାଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ପୋଷ୍ଟରରେ ଉଭୟ ଶ୍ରମିକ ଓ ଠିକାଦାରଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ମାଓବାଦୀଙ୍କ ଲଙ୍କାକଣ୍ଡ ପରେ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି।

















