ଓଡ଼ିଶାଲାଇଭ୍ ବ୍ୟୁରୋ

ଭବାନିପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାମଙ୍କୁ ଗିରଫ କରାଯାଇଛି।

ଗତ ଜାନୁଆରି ୧୭ରେ ଅନାମଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସର ୩ଟି ଟିମ୍‌। ଅନାମଙ୍କ ବାସଭବନ ସମେତ ବିଦେଶୀ ମଦ ଦୋକାନରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ୩ କୋଟି ୪୨ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିଥିଲା। ଏହି ସମ୍ପତ୍ତି ଯାଞ୍ଚ ପରେ ତାଙ୍କୁ ଆଜି ଗିରଫ କରାଯାଇଛିା

ଅନାମ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ। ୨୦୧୯ରେ ଅନାମଙ୍କୁ ଟିକେଟ ଦେଇ ନଥିଲା ବିଜେଡି।

Comment