ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସରିବ ପାଞ୍ଚ ଦିନ ଧରି ଚାଲିଥିବା ମେଗା କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା ୨୦୨୦’।
- ଆଜି ଉଦ୍ଯାପିତ ହେବ ‘କୃଷି ଓଡ଼ିଶା ୨୦୨୦’
- ଓଡ଼ିଶାଲାଇଭ୍ ୟୁଟ୍ୟୁବ୍, ଫେସ୍ବୁକ୍ ଓ ଟୁଇଟରରେ ଦେଖନ୍ତୁ ସିଧାପ୍ରସାରଣ
- ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
- କୃଷି ଓଡ଼ିଶାର ଥିମ୍ ‘ଲାଭ ଜନକ କୃଷି ପାଇଁ ପ୍ରୟାସ’

ଭୁବନେଶ୍ଵର ଜନତା ମଇଦାନରେ ପାଞ୍ଚ ଦିନ ଧରି ଚାଲିଥିବା ‘କୃଷି ଓଡ଼ିଶା’ର ଆଜି ଉଦ୍ଯାପନୀ ଉତ୍ସବ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଫିକି ସହଯୋଗିତାରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ବିଶାଳ କୃଷି ପ୍ରଦର୍ଶନୀ ଆୟୋଜନ କରାଯାଇଛି।
ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଓୟୁଏଟି କୁଳପତି ଡକ୍ଟର ପବନ କୁମାର ଅଗ୍ରଓ୍ଵାଲ ଯୋଗ ଦେବେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ ସ୍ଵାଗତ ଭାଷଣ ଦେବାକୁ ଥିବାବେଳେ ଧନ୍ୟବାଦ ଅର୍ପଣ କରିବେ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଡକ୍ଟର ଏମ୍ ମୁଥୁକୁମାର।
ଓଡ଼ିଶାଲାଇଭ୍ର ୟୁଟ୍ୟୁବ୍ ଚ୍ୟାନେଲ୍, ଫେସବୁକ୍ ପେଜ୍ରେ ଓ ଟୁଇଟରରେ ‘କୃଷି ଓଡ଼ିଶା ୨୦୨୦’ର ଉଦ୍ଯାପନୀ ଉତ୍ସବର ସିଧାପ୍ରସାରଣ କରାଯାଉଛି।
ଜାନୁଆରି ୨୦ରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିଲା ‘କୃଷି ଓଡ଼ିଶା’। ‘ଲାଭ ଜନକ କୃଷି ପାଇଁ ପ୍ରୟାସ’ ଥିମ୍କୁ ଆଧାର କରି ପାଞ୍ଚ ଦିନ ଧରି ଏହି କୃଷି ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ କୃଷି ସହ ଜଡ଼ିତ ଦେଶ ବିଦେଶର ୧୧୨ଟି କମ୍ପାନି ଭାଗ ନେଇଛନ୍ତି।

‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଅଗ୍ରଣୀ ଚାଷୀମାନେ ଯୋଗଦେଇଛନ୍ତି।
କୃଷି ଓଡ଼ିଶାକୁ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ପ୍ରତିଦିନ ସ୍ଵତନ୍ତ୍ର ଫୋକସ୍ ସ୍ଥିର କରାଯାଇଛି। ପ୍ରଥମ ଦିନ କୃଷି ସହ ଜଡ଼ିତ ବିଭିନ୍ନ କମ୍ପାନିର ସିଇଓମାନଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ।


















