ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ୬ ଓ୍ଵିକେଟରେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଛି। ଏହାସହ ୫ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି।

ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ଦଳର ଦୁଇ ଓପନ୍‌ର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ମାର୍ଟିନ ଗପ୍ଟିଲ ଆଉଟ ହୋଇଯିବା ପରେ କୋଲିନ ମୁନରୋଙ୍କ ସହ ମିଶି ଓ୍ଵିଲିୟମସନ୍‌ ଦମ୍‌ଦାର ବ୍ୟାଟିଂ କରିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ଗପ୍ଟିଲ ୩୦, କୋଲିନ ମୁନରୋ ୫୯, କେନ୍‌ ଓ୍ଵିଲିୟମସନ୍‌ ୫୧ ଓ ରସ୍‌ ଟେଲର ୫୪ ରନ୍‌ କରିଥିଲେ। ଫଳରେ ଦଳ ୨୦ ଓଭରରେ ୨୦୩ ରନ୍‌ର ବିଶାଳ ସ୍କୋର କରିଥିଲା।

ପରେ ୨୦୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଦଳ ପକ୍ଷରୁ ରୋହିତ ଶର୍ମା ଓ ଲୋକେଶ ରାହୁଲ ଓପନିଂ କରିଥିଲେ। ମାତ୍ର ଦ୍ଵିତୀୟ ଓଭରରେ ରୋହିତ ଶର୍ମା ଆଉଟ ହୋଇଯାଇଥିଲେ। ପରେ ଲୋକେଶ ରାହୁଲ, ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ ଦଳ ବିଜୟୀ ହୋଇଥିଲା।

ଦଳ ପକ୍ଷରୁ ଲୋକେଶ ରାହୁଲ ୫୬, ବିରାଟ କୋହଲି ୪୫ ଓ  ଶ୍ରେୟାସ ଆୟର ୫୮ ରନ୍‌ କରିଥିଲେ। ଫଳରେ ଦଳ ୧୯ ଓଭରରେ ୪ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ପୂରଣ କରିଥିଲା।

Comment