ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ରାଜପଥ ସୁନ୍ଦର ଭାବେ ସଜା ହୋଇଛି। ରାଜପଥ ଦେଶର ୭୧ତମ ସାଧାରଣତନ୍ତ୍ର ଦିବସର ସାକ୍ଷୀ ହେବାକୁ ଯାଉଛି। ତେବେ ଆପଣ ଜାଣିଛନ୍ତି କି ଆମ ଦେଶର ପ୍ରଥମ ସାଧାରଣତନ୍ତ୍ର ଦିବସ ସମାରୋହ କେଉଁଠାରେ ପାଳିତ ହୋଇଥିଲା?

୧୯୫୦, ଜାନୁଆରି ୨୬ରେ ଆମ ଦେଶ ପ୍ରଥମ ଗଣତନ୍ତ୍ର ଦିବସ ସମାରୋହ ପାଳନ କରିଥିଲା, ହେଲା ଏହାର ଆୟୋଜନ ରାଜପଥରେ ହୋଇନଥିଲା। ପ୍ରଥମ ଗଣତନ୍ତ୍ର ଦିବସର ଆୟୋଜନ ଇର୍ବିନ ଷ୍ଟାଡିୟମ(ନାସନାଲ ଷ୍ଟାଡିୟମ)ରେ ହୋଇଥିଲା।

ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହି ଦିବସରେ ପତାକା ଉତ୍ତୋଳନ କରିଥିଲେ। ଏହାପରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସ୍ଥାନ ପରିବର୍ତ୍ତନ ହୋଇଥିଲା। କେବେ ରାମଲୀଲା ମଇଦାନରେ ତ କେବେ କିଙ୍ଗ୍‌ସଓ୍ୱେ କ୍ୟାମ୍ପରେ ହେଉଥିଲା। ୧୯୫୪ ମସିହା ପର୍ଯ୍ୟନ୍ତ ଏହିଭଳି ଚାଲିଥିଲା। ୧୯୫୫ରେ ପ୍ରଥମ ଥର ସାଧାରଣତନ୍ତ୍ର ସମାରୋହ ରାଜପଥରେ ଆୟୋଜିତ ହୋଇଥିଲା।

Comment