ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ଦାନଗଦିରେ ହାତୀ ଉପଦ୍ରବକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ। ନରହନ୍ତା ହାତୀକୁ ଧରିବା ଦାବିରେ ଲୋକେ ଆଜି ଟାୟାର ଜାଳି ରାସ୍ତା ରୋକ କରିଛନ୍ତି। ଫଳରେ ଦାନଗଦି ମିଲିଟାରୀ ଛକ, ମାନପୁର ନିକଟରେ ଉତ୍ତେଜନା ଲାଗି ରହିଛି।

କଳିଙ୍ଗନଗର-ଯାଜପୁର ମଧ୍ୟରେ ଯାତାୟତ ବନ୍ଦ ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। ଗତ ୪ ଦିନ ହେବ ଯାଜପୁରର ବିଭିନ୍ନ ଅଞ୍ଚଳରେ ହାତୀ ଉତ୍ପାତ କରୁଛି।

ହାତୀ ଆକ୍ରମଣରେ ଶଙ୍ଖଚିଲା ଗୋଡ଼ିପାଟଣା ଗାଁର ୪ଜଣଙ୍କ ପ୍ରାଣ ଯାଇଥଲା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମାତ୍ର ବନ ବିଭାଗ କର୍ମଚାରୀ ହାତୀକୁ ଧରିବାରେ ସଫଳ ହୋଇନାହାନ୍ତି।

Comment