ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାର୍ଡ ଫ୍ଲୁ ସତର୍କତା ପାଇଁ ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର। ଆସନ୍ତାକାଲିଠାରୁ ପକ୍ଷୀ ବିହାର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଆଦେଶ ଯାଏଁ ପକ୍ଷୀ ବିହାର ବନ୍ଦ ନିର୍ଦ୍ଦେଶ। କେବଳ ପକ୍ଷୀ ବିହାର ବନ୍ଦ ରହିବ, ନନ୍ଦନକାନନ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

ସୋମବାର ଭୁବନେଶ୍ଵର ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏନେଇ ଓୟୁଏଟି ପକ୍ଷରୁ ସୂଚନା ମିଳିଛି। ସେଥିପାଇଁ ମଙ୍ଗଳବାରଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ।

ଗତ ଦୁଇଦିନ ହେଲା ଓୟୁଏଟିରେ ଥିବା ଫାର୍ମରେ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଫଳରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବ୍‌କୁ ପଠାଇଥିଲେ। ଆଜି ଭୋପାଳ ଟେଷ୍ଟିଂ ଲ୍ୟାବ୍‌ରୁ ରିପୋର୍ଟ ପିଜିଟିଭ୍‌ ଆସିବା ପରେ କୁକୁଡାମାନେ ବାର୍ଡ ଫ୍ଲୁ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି।

ବାର୍ଡ ଫ୍ଲୁ ରିପୋର୍ଟ ପଜିଟିଭ୍‌ ଥିବା ଓୟୁଏଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ଏନେଇ ଆସନ୍ତାକାଲିଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। ଓୟୁଏଟିଠାରୁ ୧ କିଲୋମିଟର ଯାଏଁ କୁକୁଡ଼ା ମାରିବାକୁ ପଦକ୍ଷେପ ନିଆଯାଇଛି।

Comment