ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମରେ ହେବ ବାୟୁସେନା ନିଯୁକ୍ତି ରାଲି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୪ରେ ରାଲିରେ ଯୋଗ ଦେଇପାରିବେ।

ବାୟୁସେନାରେ ନିଯୁକ୍ତି ପାଇଁ ବଡ଼ ସୁଯୋଗ। ଫେବ୍ରୁଆରି ୪ ତାରିଖରେ ଗଞ୍ଜାମରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଏଥିରେ ଯୋଗ ଦେଇପାରିବେ। ଅଟୋମୋବାଇଲ ଟେକ୍ନିସିଆନ, ଭାରତୀୟ ବାୟୁସେନା ପୋଲିସ ଓ ମେଡିକାଲ ଆସିସଷ୍ଟାଣ୍ଟ ପାଇଁ ଏହି ନିଯୁକ୍ତି ଦିଆଯିବ। ଫେବ୍ରୁଆରି ୪ ତାରିଖରୁ ୮ ତାରିଖ ଯାଏଁ ଏହି ରାଲି ହେବ।

ରାଲି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ

  • ମେଡିକାଲ ଆସିସଷ୍ଟାଣ୍ଟ – ୪ ଫେବ୍ରୁଆରି, ସମୟ ସକାଳ ୬ଟା – ଶାରୀରିକ ପରୀକ୍ଷା ଓ ଲିଖିତ ପରୀକ୍ଷା
  • ମେଡିକାଲ ଆସିସଷ୍ଟାଣ୍ଟ – ୫ ଫେବ୍ରୁଆରି, ସମୟ ସକାଳ ୬ଟା – ଆଡପ୍ଟାବିଲିଟି ଟେଷ୍ଟ-୧ ଓ ୨
  • ଅଟୋଟେକ୍ନିସିଆନ ଓ ଭାରତୀୟ ବାୟୁସେନା – ୭ ଫେବ୍ରୁଆରି, ସକାଳ ୬ଟା – ଶାରୀରିକ ପରୀକ୍ଷା ଓ ଲିଖିତ ପରୀକ୍ଷା
  • ଅଟୋଟେକ୍ନିସିଆନ ଓ ଭାରତୀୟ ବାୟୁସେନା – ୮ ଫେବ୍ରୁଆରି, ସକାଳ ୬ଟା – ଆଡପ୍ଟାବିଲିଟି ଟେଷ୍ଟ-୧ ଓ ୨

ଶିକ୍ଷାଗତ ଯୋଗ୍ୟତା

  • ଅଟୋଟେକ୍ନିସିଆନ ଓ ଭାରତୀୟ ବାୟୁସେନା ପୋଲିସ – ପ୍ରାର୍ଥୀ ଯୁକ୍ତ ଦୁଇ ପାସ୍ କରିଥିବା ସହ ୫୦ ପ୍ରତିଶତ ମାର୍କ ରଖିଥିବା ଦରକାର।
  • ମେଡିକାଲ ଆସିସଷ୍ଟାଣ୍ଟ – ପ୍ରାର୍ଥୀ ଯୁକ୍ତ ଦୁଇ ପାସ୍ କରିଥିବା ସହ ସହ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି ଓ ଇଂରାଜୀ ବିଷୟ ଆଗ୍ରିଗେଟ ୫୦ ପ୍ରତିଶତ ମାର୍କ ରଖିଥିବା ଦରକାର।

ବୟସ ସୀମା

୧୬ରୁ ୨୦ ବର୍ଷ

ରାଲି ସ୍ଥାନ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପଡ଼ିଆ, ବ୍ରହ୍ମପୁର, ଗଞ୍ଜାମ

Comment