ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରିବ ଭାରତ। ନ୍ୟୁଜିଲାଣ୍ଡ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚ ପାଇଁ ଦୁଇ ଦଳରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ଦଳର ନିୟମିତ ଅଧିନାୟକ କେନ୍ ୱିଲିୟମସନ ବିଶ୍ରାମ ନେବା ସହିତ ଟିମ୍ ସାଉଦିଙ୍କୁ ଅଧିନାୟକ ହେବାର ଦାୟିତ୍ୱ ଦେଇଛନ୍ତି।

ସେହିପରି ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସଞ୍ଜୁ ସାମସନ, ୱାସିଂଟନ ସୁନ୍ଦର ଓ ନବଦୀପ ସୈନୀଙ୍କୁ ସୁଯୋଗ ଦିଆଯାଇଛି। ଏଥିସହିତ ରୋହିତ ଶର୍ମା, ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି।

ଲଗାତାର ତିନୋଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଆଗୁଆ ସିରିଜ କବଜା କରିସାରିଛି। ତେଣୁ ଶେଷ ଦୁଇଟି ଟି-୨୦ ଜିତିବା ସହ ୫-୦ରେ ସିରିଜ୍ ହାତେଇବା ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।

Comment