ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ବର୍ଷ ପାଇଁ ଆଜି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ଉପସ୍ଥାପନ ପୂର୍ବରୁ ହିମାଚଳ ପ୍ରଦେଶ ହାମିପୁର ଲୋକସଭା ସାଂସଦ ଅନୁରାଗ ଠାକୁର ଆଜି ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା। ଦିଲ୍ଲୀସ୍ଥିତ ନିଜ ବାସଭବନରେ ଥିବା ହନୁମାନ ମନ୍ଦିରରେ ଅନୁରାଗ ଠାକୁର ଆଜି ପୂଜା କରିଥିଲେ।

‘‘ମୋଦୀ ସରକାର ସବକା ସାଥ୍‌ ସବକା ବିକାଶ ଉପରେ କାମ କରନ୍ତି। ଏଥର ବଜେଟ ମଧ୍ୟ ସମସ୍ତଙ୍କ ପାଇଁ ଭଲ ହେଉ‘‘ କହିଛନ୍ତି ଅନୁରାଗ ଠାକୁର।

ସେହିପରି ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ଜନତା ମଧ୍ୟ ବଜେଟ ପାଇଁ ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here