ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉଲକେଲା ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରେ (BPUT) ବିଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି ୧୨, ୧୩, ଏବଂ ୧୪ରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ।

୨୦୨୦ ଫେବ୍ରୁଆରି ୧୨:

  • ସକାଳ ୧୦ଟା– କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ପାଇଁ
  • ଅପରାହ୍ଣ ୨ଟା– ଇଲେକ୍ଟ୍ରୋନିକ୍ସ ଆଣ୍ଡ କମୁନିକେସନ୍‌ ଇଞ୍ଜିନିୟରିଂ ପାଇଁ

୨୦୨୦ ଫେବ୍ରୁଆରି ୧୩:

  • ସକାଳ ୧୦ଟା– ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ (ପାଓ୍ଵାର ସିଷ୍ଟମ ଇଞ୍ଜିନିୟରିଂ/ ପାଓ୍ଵାର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଡ୍ରାଇଭ୍‌ସ୍‌) ପାଇଁ
  • ଅପରାହ୍ଣ ୨ଟା– ସିଭିଲ୍‌ ଇଞ୍ଜିନିୟରିଂ (ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂ/ଓ୍ଵାଟର ରିସୋର୍ସ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜ୍‌ମେଣ୍ଟ) ପାଇଁ

୨୦୨୦ ଫେବ୍ରୁଆରି ୧୪:

  • ସକାଳ ୧୦ଟା– ମେକାନିକାଲ ଇଞ୍ଜିନିୟରିଂ (ମେସିନ୍‌ ଡିଜାଇନ୍‌/ହିଟ୍‌ ପାଓ୍ଵାର୍‌ ଆଣ୍ଡ ଥର୍‌ମାଲ୍‌ ଇଞ୍ଜିନିୟରିଂ/ପ୍ରଡକ୍ସନ୍‌ ଇଞ୍ଜିନିୟରିଂ ଆଣ୍ଡ ଅପରେସ୍‌ନାଲ୍‌ ମ୍ୟାନେଜ୍‌ମେଣ୍ଟ) ପାଇଁ

ଦରମା:

  • ଏମ୍‌.ଟେକ୍‌ ଡିଗ୍ରୀ ଥିବା ପ୍ରାର୍ଥୀଙ୍କ ପାଇଁ- ୩୫,୦୦୦ ଟଙ୍କା
  • ପି.ଏଚ୍‌.ଡି ଡିଗ୍ରୀ ଥିବା ପ୍ରାର୍ଥୀଙ୍କ ପାଇଁ- ୪୦,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଦୁଇଟି ପାସ୍‌ପୋର୍ଟ ସାଇଜ ଫଟୋ ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଉରକେଲାସ୍ଥିତ ବିପିୟୁଟି କ୍ୟାମ୍ପସ୍‌ରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଏହି ଇଣ୍ଟରଭ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ www.bput.ac.in ଓ୍ଵେବ୍‌ସାଇଟ୍‌କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ।

Comment