ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଲୋକସଭାରେ ଉପସ୍ଥାପିତ ହେବ ବଜେଟ୍‌। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଆଗତ କରିବେ। ନିର୍ମଳା ଦିନ ୧୧ଟାରେ ବଜେଟ୍‌ ଆଗତ କରିବେ। ତେବେ ନିର୍ମଳା ଅର୍ଥ ପେଡ଼ିରୁ କେଉଁ ସେକ୍ଟର ପାଇଁ କ’ଣ ବାହାରୁଛି ତା’ ଉପରେ ପୂରା ଦେଶର ନଜର ରହିଛି।

ବଜେଟ୍‌ ଅଗାତ କରିବା ପୂର୍ବରୁ ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ରୁ ୬.୫ ପ୍ରତିଶତ ରହିବ ବୋଲି ଏହି ରିପୋର୍ଟରୁ ଅନୁମାନ କରାଯାଇଛି।

କୁହାଯାଉଛି ନିର୍ମଳାଙ୍କ ବଜେଟ୍‌ ଏଥର ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଉପରେ ଫୋକସ୍‌ ରହିବ। ଗତ ୫ ମାସ ହେଲା ମହଙ୍ଗା ମାଡ଼ରେ ନିମ୍ନ ମଧ୍ୟବିତ୍ତ ପରିବାର ସନ୍ତୁଳି ହୋଇଗଲେଣି। ଏହି ମହଙ୍ଗା ମାଡ଼ରୁ ନିସ୍ତାରିବା ପାଇଁ କେନ୍ଦ୍ର ସରକାର ବଜେଟ୍‌ରେ କ’ଣ ବ୍ୟୟବରାଦ କରୁଛନ୍ତି ତା’ ଉପରେ ନଜର ରହିଛି।

ସେହିପରି ରେଲୱେ, କୃଷି, ଶିକ୍ଷା, ଗ୍ରାମୀଣ ବିକାଶ, ମହିଳା, ବରିଷ୍ଠ ନାଗରିକ ଏବଂ ଆୟକର ସେକ୍ଟର ପ୍ରତି ବଜେଟ୍‌ରେ କ’ଣ ବ୍ୟୟବରାଦ କରାଯାଉଛି ତା’ ଉପରେ ରହିଛି ନଜର।

LEAVE A REPLY

Please enter your comment!
Please enter your name here