ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିଲେ। ଜାଣନ୍ତୁ, ବଜେଟ୍‌ରେ ନର୍ମଳା କେଉଁ ବିଷୟ ଉପରେ ଫୋକସ୍‌ ଦେଇଛନ୍ତି।

  • ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ୨ ଘଣ୍ଟା ୪୦ ମିନିଟ୍‌ ଧରି ଲୋକସଭାରେ ଲମ୍ବା ଭାଷଣ ଦେଲେ ନିର୍ମଳା
  • କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଲେ ସରକାର
  • ୨୦୧୯-୨୦ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୮% ଏବଂ ୨୦୨୦-୨୧ରେ ୩.୫% ନେଇ ଆକଳନ
  • ଆଇଡିବିଆଇର ଅଂଶଧନ ବିକ୍ରି କରିବେ କେନ୍ଦ୍ର ସରକାର
  • ଏଲ୍‌ଆଇସିରୁ ଆଇପିଓ ମାଧ୍ୟମରେ ଅଂଶଧନ ବିକ୍ରି କରିବେ ସରକାର
  • ଏନ୍‌ଆରଆଇ ସରକାରୀ ସିକ୍ୟୁରିଟିରେ କରିପାରିବେ ନିବେଶ
  • ଜମାକାରୀଙ୍କ ବୀମା କଭରେଜ୍‌ର ପରିମାଣ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
  • ଖୁବ୍‌ଶୀଘ୍ର ନୂଆ ଶିକ୍ଷାନୀତି ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା।
  • ତେଜସ୍‌ ଭଳି ଆହୁରି ଟ୍ରେନ୍‌ ଆସିବ। ୧୫୦ଟି ନୂଆ ଟ୍ରେନ୍‌ ଚାଲିବ ଏବଂ ୨୪୦୦ କିଲୋମିଟର ରେଳପଥର ହେବ ବିଦ୍ୟୁତକରଣ

  • ପ୍ରତିଷ୍ଠା କରାଯିବ ନୂଆ ୧୦୦ ବିମାନବନ୍ଦର
  • ବରିଷ୍ଠ ନାଗରିକଙ୍କ ପାଇଁ ୯ ହଜାର କୋଟି ଟଙ୍କାର ବ୍ୟୟବରାଦ
  • ୫ଟି ଆଇକନିକ୍‌ ପର୍ଯ୍ୟଟନ କ୍ଷେତ୍ରରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ନେଇ ଘୋଷଣା
  • ଝାଡ଼ଖଣ୍ଡର ରାଞ୍ଚିରେ ପ୍ରତିଷ୍ଠା କରାଯିବ ଜନଜାତି ସଂଗ୍ରହାଳୟ
  • ଗୁଜରାଟର ଅହମ୍ମଦାବାଦରେ ପ୍ରତିଷ୍ଠା ହେବ ସାମୁଦ୍ରିକ ସଂଗ୍ରହାଳୟ
  • ପର୍ଯ୍ୟଟନ କ୍ଷେତ୍ର ପାଇଁ  ମୋଟ୨୫୦୦ କୋଟିର ବ୍ୟୟବରାଦ
  • କ୍ୱାଣ୍ଟମ୍‌ ଟେକ୍ନୋଲୋଜି କ୍ଷେତ୍ରରେ ଆଗାମୀ ୫ ବର୍ଷରେ ୮ ହଜାର କୋଟି ଖର୍ଚ୍ଚ ହେବ
  • ଅପପୁଷ୍ଟି ନିରାକରଣ ପାଇଁ ୩୫, ୬୦୦ କୋଟି ବ୍ୟୟବରାଦ

  • SC/OBC ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ୮୫ ହଜାର କୋଟି ବ୍ୟୟବରାଦ
  • ଜନଜାତି କଲ୍ୟାଣ ପାଇଁ ୫୩, ୭୦୦ କୋଟି ଟଙ୍କାର ବ୍ୟୟବରାଦ
  • ୨୦୨୦ ମସିହାରେ ୧୫ ଲକ୍ଷ କୋଟି ଟଙ୍କା କୃଷି ଋଣ ପାଇଁ ଉପଲବ୍ଧ ହେବ। ସବୁ ଚାଷୀଙ୍କୁ କୃଷକ କ୍ରେଡିଟ୍‌ କାର୍ଡ ମିଳିବ
  • ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା ହେବ। କୃଷି ଓ ଜଳସେଚନରେ ଦିଆଯିବ ୨.୮୩ ଲକ୍ଷ କୋଟି ଟଙ୍କାର ଋଣ।
  • ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷର ଇଣ୍ଟର୍ଣ୍ଣସିପ୍‌ର ସୁବିଧା ମିଳିବ। ଯୁବ ଇଞ୍ଜିନିୟରଙ୍କୁ ମିଳିବ ବ୍ୟାପକ ସୁଯୋଗ
  • ମେଡିକାଲ ଡିଭାଇସ୍‌ ଟ୍ୟାକ୍ସରେ ହେବ ହସ୍ପିଟାଲ ନିର୍ମାଣ
  • ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ ଜଳସେଚନ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

  • କୃଷି ଉତ୍ପାଦ ପରିବହନ ପାଇଁ ‘କୃଷକ ଉଡ଼ାନ୍‌’ ଏବଂ ‘କିଶାନ୍‌ ରେଲ୍’ ପ୍ରତିଷ୍ଠା ହେବ
  • ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ। ୫ରୁ ସାଢ଼େ ୭ ଲକ୍ଷ ଯାଏଁ ୧୦ ପ୍ରତିଶତ, ସାଢ଼େ ୭ରୁ ୧୦ ଲକ୍ଷ ଯାଏଁ ୧୫ ପ୍ରତିଶତ, ୧୦ରୁ ସାଢ଼େ ୧୨ ଲକ୍ଷ ଯାଏଁ ୨୦ ପ୍ରତିଶତ, ସାଢ଼େ ୧୨ରୁ ୧୫ ଲକ୍ଷ ଯାଏଁ ୨୫ ପ୍ରତିଶତ, ୧୫ ଲକ୍ଷରୁ ଅଧିକ ଆୟକାରୀଙ୍କୁ ୩୦ ପ୍ରତିଶତ ଦେବାକୁ ପଡ଼ିବ ଟିକସ।

  • ଲଦାଖ ଓ ଜମ୍ମୁ କଶ୍ମୀର ପାଇଁ ସ୍ୱତନ୍ତ୍ର ପ୍ୟାକେଜ
  • ଦେଶରେ ୨୫୦୦ କିଲୋମିଟର ଏକ୍ସପ୍ରେସ୍‌ ହାଇୱେ ନିର୍ମାଣ କରାଯିବ
  • ପ୍ରତି ଜିଲ୍ଲା ହସ୍ପିଟାଲ ହେବ ମେଡିକାଲ କଲେଜ
  • ଉଚ୍ଚଶିକ୍ଷାରେ ଆସିବ ସଂସ୍କାର। ଅନ୍‌ଲାଇନ୍‌ ମାଧ୍ୟମରେ ପାଠପଢ଼ା ଉପରେ ଗୁରୁତ୍ଵ
  • ୨୦୨୫ ସୁଦ୍ଧା ଦୁଗ୍ଧ ଉତ୍ପାଦନ ୧୦୮ ମିଲିୟନ ଟନ୍‌ ବୃଦ୍ଧି କରିବାକୁ ଲକ୍ଷ୍ୟ
  • ୨୦ ଲକ୍ଷ ଚାଷୀଙ୍କୁ ସବ୍‌ସିଡ୍‌ରେ ଦିଆଯିବ ସୋଲାର ପମ୍ପ

Comment