ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ ହେଉଥିବା ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମେ କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଚାଷୀ ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ କରାଯିବ।

ଚାଷୀ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ପିଏମ୍‌ କିଷାନ୍‌ ଯୋଜନା ଆରମ୍ଭ କରିଛନ୍ତି। ଚାଷୀମାନେ ଏଥିରୁ ଲାଭ ପାଉଛନ୍ତି।

କୃଷି କ୍ଷେତ୍ରକୁ ଫୋକସ୍‌

-୨୦ ଲକ୍ଷ ଚାଷୀଙ୍କୁ ସବ୍‌ସିଡ୍‌ ଆକରରେ ଦିଆଯିବ ସୋଲାର ପମ୍ପ

-୫୦ ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ଚାଳିତ ପମ୍ପ ଯୋଗାଇ ଦିଆଯିବ

-ଚାଷୀଙ୍କ ପାଇଁ ‘କୃଷି ଉଡ଼ାନ୍‌ ଏବଂ ‘କିଷାନ୍‌ ରେଳ’ ଯୋଜନା

-ଚାଷୀଙ୍କ ଉତ୍ପାଦନ ପରିବହନ ପାଇଁ କିଷାନ୍‌ ରେଳ ଯୋଜନା

-ବିମାନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରକୁ ଯିବ କୃଷି ଉତ୍ପାଦନ

-ମହିଳା କୃଷକଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା

-୧୦୦ ଜଳକ୍ଲିଷ୍ଟ ଜିଲ୍ଲାରେ ଜଳସେଚନକୁ ଦିଆଯିବ ଗୁରୁତ୍ୱ

-ମତ୍ସ୍ୟ ଚାଷ, ଗୋପାଳନ ଭଳି ପାରମ୍ପରିକ ଚାଷକୁ ଦିଆଯିବ ପ୍ରାଧାନ୍ୟ

-୨୦୨୫ ସୁଦ୍ଧା ଦୁଗ୍ଧ ଉତ୍ପାଦନ ୧୦୮ ମିଲିୟନ ଟନ୍‌ ବୃଦ୍ଧି କରିବାକୁ ଲକ୍ଷ୍ୟ

-୨୦୨୦-୨୧ରେ ୧୫ ଲକ୍ଷ କୃଷି ଉପକରଣ ବଣ୍ଟନ କରିବାକୁ ଲକ୍ଷ୍ୟ

 -୨୦୨୦୫ ମତ୍ସ୍ୟ ଉତ୍ପାଦନ ୨୦୦ କୋଟି ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ

-ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ନାବାର୍ଡ ଅଧିନକୁ ଆସିବ

Comment