ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନା ହୋଇଥିବାରୁ ଶନିବାର ସତ୍ତ୍ୱେ ଆଜି ସେୟାର ମାର୍କେଟ୍‌ ଖୋଲା ରହିଛି। ତେବେ ସରକାରଙ୍କ ଘୋଷଣା ପରେ ସେୟାର ମାର୍କେଟ୍‌ରେ ହଲ୍‌ଚଲ୍‌ ଦେଖାଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭାଷଣ ଶେଷ ହେବା ପରେ ସେନ୍‌ସେକ୍ସରେ ୭୦୦ ପଏଣ୍ଟ ଖସି ଯାଇଛି। ସେହିପରି ନିଫ୍ଟିରେ ମଧ୍ୟ ୨୦୦ ପଏଣ୍ଟ ତଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି।

ଶନିବାର ସେନ୍‌ସେକ୍ସ ୩୯,୯୩୦.୪୬ରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୧୧,୭୪୧ରେ ପହଞ୍ଚିଯାଇଛି। ଶୁକ୍ରବାର ସେନ୍‌ସେକ୍ସ ୪୦,୭୨୩.୪୯ ଏବଂ ନିଫ୍ଟି ୧୧,୯୬୨.୧୦ ରେକର୍ଡ ହୋଇଥିଲା।

ବଜେଟ୍‌ ପାଇଁ ଶନିବାର ସ୍ୱତନ୍ତ୍ର ଟେଡିଂ ସେସନ୍‌ ଭାବେ ସେୟାର ମାର୍କେଟ୍‌ ଖୋଲା ଯାଇଥିଲା। ବଜାର ଆରମ୍ଭରେ ସେନ୍‌ସେକ୍ସ ୨୭୯ ପଏଣ୍ଟ ତଳକୁ ଖସି ସ୍ଥିତି ସମ୍ଭାଲିଥିଲା। ଏହା ପରେ ୧୮୨ ପଏଣ୍ଟ ବଢ଼ି ୧୦,୯୦୫.୭୮ରେ ପହଞ୍ଚିଥିଲା। ବଜେଟ୍‌ ଉପସ୍ଥାପନା ପରେ ସେନ୍‌ସେକ୍ସ ଓ ନିଫ୍ଟି ଉଭୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି।

Comment