ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ବଜେଟ୍‌ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ଏବଂ ଲଦାଖର ବିକାଶ ଉପରେ ସ୍ଵତନ୍ତ୍ର ଫୋକସ୍‌ ଦେଇଛନ୍ତି। ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଅଲଗା ଅଲଗା ପ୍ୟାକେଜ ଘୋଷଣା କରାଯାଇଛି। କେବଳ ଲଦାଖର ବିକାଶ ପାଇଁ ୫୯୫୮ କୋଟି ଟଙ୍କା ଘୋଷଣା କରିଛନ୍ତି। ସେହିପରି ଜମ୍ମୁ କଶ୍ମୀରର ବିକାଶ ପାଇଁ କେନ୍ଦ୍ର ସରକାର ୩୦ ହଜାର ୭୦୦ କୋଟି ଟଙ୍କା ଘୋଷଣା କରିଛନ୍ତି।

ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଜମ୍ମୁ କଶ୍ମୀରରୁ ଲଦାଖ ଅଲଗା ହୋଇଥିଲା। ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ଗତ ଜୁନ୍‌ ମାସରେ ସଂସଦରେ ପାରିତ ହୋଇଥିଲା। ଫଳରେ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲା। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଏଣୁ ଚଳିତ ବଜେଟଷର ଏହି ଦୁଇଟି ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି।

Comment