ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ମଳା ସୀତାରମଣ ତାଙ୍କ ବଜେଟରେ ଏକ୍ସପ୍ରେସ୍‌ ହାଇୱେ ଉପରେ ଗୁରୁତ୍ୱ ଦେଇଛନ୍ତି। ଦେଶରେ ୨୫୦୦ କିଲୋମିଟର ଏକ୍ସପ୍ରେସ୍‌ ହାଇୱେ ନିର୍ମାଣ କରାଯିବ ବୋଲି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଏହାସହ ୯ ହଜାର କିଲୋମିଟର ଇକୋନମିକ୍‌ କରିଡର ନିର୍ମାଣ କରାଯିବ। ୨ ହଜାର କିଲୋମିଟର ଷ୍ଟ୍ରାଟେଜିକ୍‌ ହାଇୱେ ନିର୍ମାଣ କରାଯିବ। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ୱେ ଏବଂ ଚେନ୍ନାଇ-ବେଙ୍ଗାଳୁରୁ ଏକ୍ସପ୍ରେସ୍‌ ୱେ ଜଲଦି ନିର୍ମାଣ କରାଯିବ।

ପରିବହନ କ୍ଷେତ୍ରର ବିକାଶ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ନିବେଶ କରାଯିବ।

Comment