ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷାକୁ ନେଇ ଅର୍ଥମନ୍ତ୍ରୀ ସୀତା ରମଣଙ୍କ ବଜେଟରେ ବହୁତ କିଛି ଆଶା କରାଯାଉଥିଲା। ଆସନ୍ତୁ ଦେଖିବା ଶିକ୍ଷା ବିକାଶ ପାଇଁ ବଜେଟରେ କ’ଣ ସବୁ ରହିଛି।

୧- ମାର୍ଚ୍ଚ ୨୦୨୧ ସୁଦ୍ଧା ୧୫୦ଟି ନୂଆ ଉଚ୍ଚ ଶିକ୍ଷା ସଂସ୍ଥା ପ୍ରତିଷ୍ଠା କରାଯିବ।ଏହି ସବୁ ସଂସ୍ଥାରେ ସ୍କିଲ ପ୍ରଶିକ୍ଷଣ ମିଳିବ।

୨- ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଡିଗ୍ରୀ ସ୍ତରରେ ଅନଲାଇନ ସ୍କିମ ଆରମ୍ଭ ହେବ।

୩- ଏକ ଜାତୀୟ ପୋଲିସ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

୪ ସେହିଭଳି ଏକ ଜାତୀୟ ଫରେନସିକ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

୫ – ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ  ଶିକ୍ଷା କ୍ଷେତ୍ରରେ ମୋଟ ୯୪,୮୫୩ କୋଟି ଟଙ୍କା ଖର୍ଚ୍ଚ ହେବ। ଗତ ବଜେଟ ତୁଳନାରେ ଏହା ୧୩ ପ୍ରତିଶତ ଅଧିକ।

୬- ଏଥିରୁ ସ୍କୁଲ ଶିକ୍ଷା ପାଇଁ ୫୬,୫୩୬ କୋଟି ଓ ଉଚ୍ଚ ଶିକ୍ଷା ପାଇଁ ୩୮,୩୧୭ କୋଟି ଖର୍ଚ୍ଚ କରାଯିବ।

୭ – ୟୁଜିସିକୁ ୪୬୦୦ କୋଟି ଟଙ୍କା ମିଳିବ। ଗତ ବର୍ଷ ଏହା ଥିଲା ୪୬୮୭ କୋଟି।

୮ – ଆଇଆଇଟି ପାଇଁ ବଜେଟରେ୬୪୦୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଆଇଆଇଏମ ପାଇଁ ୪୪୫ କୋଟି ଟଙ୍କା ଖର୍ଚ୍ଚ ହେବ।

୯- ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା ପାଇଁ ୮୯୯ କୋଟି ଟଙ୍କା ମିଳିବ।

୧୦- ବିଦେଶୀ ଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ଷ୍ଟଡ଼ି ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେବ।

Comment