ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଆଇଟି, ଭୁବନେଶ୍ଵର ଅଧୀନରେ ଥିବା ଏସ୍‌.କେ ଦାସ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅଫ୍‌ ବାୟୋସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ (SKBET) ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ରିସର୍ଚ୍ଚ ଆସୋସିଏଟ୍‌

ଏହି ପଦବୀ ଲାଗି ଗୋଟିଏ ପଦବୀ ରହିଛି।

  • ଶିକ୍ଷାଗତ ଯୋଗ୍ୟତା- ପିଏଚ୍‌ଡି ବା ଲାଇଫ୍‌ ସାଇନ୍ସରେ ଡିଗ୍ରୀ ହାସଲ କରିଥିବେ।
  • ଦରମା- ୪୭,୦୦୦ ଟଙ୍କା

ପ୍ରୋଜେକ୍ଟ ଆସୋସିଏଟ୍‌ (ଗୋଟିଏ ପଦବୀ):

  • ଶିକ୍ଷାଗତ ଯୋଗ୍ୟତା- ପ୍ରଥମ ଶ୍ରେଣୀ ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ କିମ୍ବା ଲାଇଫ୍‌ ସାଇନ୍ସରେ ଡିଗ୍ରୀ ହାସଲ କରିଥିବେ।
  • ଦରମା- ୩୧,୦୦୦ ଟଙ୍କା

ପ୍ରୋଜେକ୍ଟ ଟେକ୍ନିସିଆନ୍‌ (ଗୋଟିଏ ପଦବୀ):

  • ଶିକ୍ଷାଗତ ଯୋଗ୍ୟତା- ପ୍ରଥମ ଶ୍ରେଣୀ ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ କିମ୍ବା ଲାଇଫ୍‌ ସାଇନ୍ସରେ ଡିଗ୍ରୀ ହାସଲ କରିଥିବେ।
  • ଦରମା- ୨୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ପ୍ରାର୍ଥୀଙ୍କୁ ଆବଶ୍ୟକୀୟ ସମସ୍ତ ସାର୍ଟିଫିକେଟ୍‌ଗୁଡ଼ିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅପ୍‌ଲୋଡ୍‌ କରିବାକୁ ହେବ।

ଏହି ପଦବୀ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ www.iitbbs.ac.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment