ଓଡ଼ିଶାଲାଇଭ୍ ବ୍ୟୁରୋ

ଲମ୍ବା ଅବଧି ପାଇଁ ନିବେଶ କରୁଥିବା ନିବେଶକଙ୍କ ଆର୍ଥିକ ଅବସ୍ଥା ଯଦି ଭଲ ଅଛି ତେବେ ସେମାନେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଜାରି ରଖିବା ଉଚିତ।

ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡକୁ ନେଇ ଏକ ଅଧ୍ୟୟନ କରାଯାଇଛି। ଏହି ଅଧ୍ୟୟନ ଅନୁସାରେ ବର୍ତ୍ତମାନ ତ୍ରୟମାସରେ ଯଦି ସ୍କିମର ନେଟ୍ ଆସେଟ୍ ଭ୍ୟାଲୁ ଅର୍ଥାତ ଏନଭିରେ କୌଣସି ଅବନତି ପରିଲକ୍ଷିତ ହେଉନାହିଁ ତେବେ ନିବେଶକଙ୍କ ପକ୍ଷରେ ନିବେଶକୁ ଜାରି ରଖିବା ବୁଦ୍ଧିମାନର କାମ ହେବ। ଆଇଆଇଟି ହାଇଦ୍ରାବାଦ ତରଫରୁ ଭାରତୀୟ ମ୍ୟୁଚୁଆଲ ଫଣ୍ଡ୍ ଇଣ୍ଡଷ୍ଟ୍ରି ଉପରେ କରୋନା ପ୍ରଭାବ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନ ଅନୁସାରେ କରୋନା କାରଣରୁ ବର୍ତ୍ତମାନ ମ୍ୟୁଚୁଆଲ ଫଣ୍ଡ୍ ଇଣ୍ଡଷ୍ଟ୍ରିରେ ଅସ୍ଥିରତା ଲାଗି ରହିବ। ଭାରତୀୟ ଅର୍ଥବ୍ୟବସ୍ଥାରେ ଅସ୍ଥିରତା କାରଣରୁ ନିବେଶକଙ୍କ ଚିନ୍ତା ବଢିଯାଇଛି, ଏହା ମ୍ୟୁଚୁଆଲ ଫଣ୍ଡ୍ ଇଣ୍ଡଷ୍ଟ୍ରିରେ ଉପରେ ମଧ୍ୟ ପ୍ରଭାବ ପକାଉଛି।

ଅଧ୍ୟୟନ କ’ଣ କହୁଛି?

ଅଧ୍ୟୟନ ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କ ତରଫରୁ ଦିଆଯାଇଥିବା ପ୍ୟାକେଜ୍ କାରଣରୁ ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ମନବଳ ବଢ଼ିବ ଓ ସେମାନ ଏସ୍‌ଆଇପି ଜରିଆରେ ନିବେଶ ଜାରି ରଖିବେ। ଏହାସହ ଅନିଶ୍ଚିତତା କାରଣରୁ ସେମାନଙ୍କୁ ନିଜ କ୍ୟାସ୍ ଫ୍ଲୋ ବାବଦରେ ମଧ୍ୟ ଚିନ୍ତା ରହିବ। ଇକ୍ୱଟି ଆସେଟରେ ନିବେଶକୁ ନେଇକରି ମଧ୍ୟ ସେମାନଙ୍କ ମଧ୍ୟରେ ଉଦବିଗ୍ନତା ବଢିବ। ତେବେ ନିବେଶକଙ୍କ ପକ୍ଷରେ ଚିନ୍ତିତ ହେବାର କୌଣସି କାରଣ ନାହିଁ। ବିଶେଷକରି ସେତେବେଳେ, ଯେତେବେଳେ ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୟମାସରେ (ଏପ୍ରିଲ-ଜୁନ) ସେମାନଙ୍କ ସ୍କିମର ଏନଏଭି ବା ନେଟ୍ ଆସେଟ୍ ଭାଲ୍ୟୁରେ ବଡ଼ ଧରଣର ଅବନତି ନଆସେ।

ଲମ୍ବା ଅବଧିର ନିବେଶକଙ୍କ ପକ୍ଷରେ ଏବେ ଏସ୍‌ଆଇପି ବନ୍ଦ ନକରିବା ବୁଦ୍ଧିମାନର କାମ

ଲମ୍ବା ଅବଧିକୁ ଦୃଷ୍ଟିରେ ରଖି ନିବେଶ କରୁଥିବା ନିବେଶକ, ଯେଉଁମାନଙ୍କ ଆୟ ଉପରେ କରୋନାର ବିଶେଷ ପ୍ରଭାବ ପଡ଼ିନାହିଁ, ସେମାନେ ବର୍ତ୍ତମାନ ଭୟଭିତ ହୋଇ ନିବେଶ ବନ୍ଦ କରନ୍ତୁ ନାହିଁ ବୋଲି ଆଇଆଇଟି ହାଇଦ୍ରାବାଦ କହିଛି। ବର୍ତ୍ତମାନ ଏଭଳି ନିବେଶକ କୌଣସି ପରିସ୍ଥିତିରେ ମଧ୍ୟ ବଜାରରୁ ବାହାରନ୍ତୁ ନାହିଁ ବୋଲି ଅଧ୍ୟୟନରେ କୁହାଯାଇଛି। ବଜାରରେ ଯେତେ ଅସ୍ଥିରତା ଦେଖାଗଲେ ମଧ୍ୟ ସେମାନେ ନିଜ ନିବେଶ ଜାରି ରଖିବା ଉଚିତ।

SIPରୁ STPକୁ ଟ୍ରାନ୍ସଫର

ଏହାସହ ଆଇଆଇଟି ହାଇଦ୍ରାବାଦର ପରାମର୍ଶ ହେଉଛି ଯେ, ଏହି ସମୟରେ କ୍ଷୁଦ୍ର ନିବେଶକ ମଧ୍ୟମ ଅବଧିରେ SIPରୁ ସିଷ୍ଟମେଟିକ୍ ଟ୍ରାନ୍ସଫର ପ୍ଲାନ୍(STP)କୁ ଟ୍ରାନ୍ସଫର କରିବା ଉଚିତ। ଏମିତି କଲେ ସେମାନଙ୍କୁ କରୋନା ମହାମାରୀ ଭଇତରେ ରିସ୍କ ହ୍ରାସ କରିବାରେ ସାହାଯ୍ୟ ମିଳିବ।

ମ୍ୟୁଚୁଆଲ ଫଣ୍ଡ୍ ସମ୍ପଦ ବୃଦ୍ଧି ପାଇଁ ନିବେଶର ଉତ୍ତମ ମାଧ୍ୟମ। ଏହା ଧିରେ ଧିରେ ଲୋକପ୍ରିୟ ହେବାରେ ଲାଗିଛି। ତେବେ କରୋନା କାରଣରୁ ହୋଇଥିବା ଲକଡାଉନ୍ ପାଇଁ ମ୍ୟୁଚୁଆଲ ଫଣ୍ଡ୍ ନିବେଶକ ଓ ଏହି ଶିଳ୍ପରେ ଅସ୍ଥିରତା ଦେଖାଦେଇଛି।

Comment