ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବସ୍‌ଟି ହାଇଦ୍ରାବାଦରୁ ୪୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଙ୍କୀ ଫେରୁଥିଲା।

ଅଶୋକା ନାମକ ବସ୍‌ଟି ୪୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ହାଇଦ୍ରାବାଦରୁ ବାଙ୍କୀ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ମଙ୍ଗଳବାର ସକାଳୁ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ନିକଟ ୧୬ ନମ୍ଵର ଜାତୀୟ ରାଜପଥ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକକୁଵ ବସ୍‌ଟି ପଛରୁ ଧକ୍କା ଦେଇଥିଲା। ଫଳରେ ବସ୍‌ର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇବରର ମୃତ୍ୟୁ ହୋଇଛି।

ଖବର ପାଇ ଅଗ୍ନୀଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଅନ୍ୟ ଏକ ବସ୍‌ରେ ପଠାଯାଇଛି।

ଏହା ପୂର୍ବରୁ ସୁରତରୁ ଫେରୁଥିବା ୩ଟି ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ୨ଟି ବସ୍‌ ଫୁଲବାଣୀର କଳିଙ୍ଗା ଘାଟିରେ ଦୁର୍ଘଟଣା ହୋଇଥିବା ବେଳେ ଆଉ ଗୋଟିଏ ମହାରାଷ୍ଟ୍ରର ନାଗପୁରରେ ଘଟିଥିଲା।

Comment