ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯ ବର୍ଷରୁ କମ୍‌ ବିଶ୍ଵକପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଆଗରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭୨ ରନ୍‌ରେ ଅଲ ଆଉଟ ହୋଇଯାଇଛି। ବର୍ତ୍ତମାନ ଭାରତକୁ ଫାଇନାଲରେ ପ୍ରବେଶ ପାଇଁ ୧୭୩ ରନ୍‌ ଆବଶ୍ୟକ।

ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଦଳ ଉନ୍ନତ ପ୍ରଦର୍ଶନ କରିପାରିନଥିଲା। ଦଳ ପକ୍ଷରୁ ଓପନର ହାଇଦର୍‌ ଅଲ୍ଲୀ ୫୬, ରୋହାଇଲ ନାଜିର ୬୨ ଓ ମହମ୍ମଦ ହାଇରିସ୍‌ ୨୧ ରନ୍‌ କରିଥିଲେ। ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ।

ସେହିପରି ଭାରତ ପକ୍ଷରୁ ସୁଶାନ୍ତ ମିଶ୍ରା ସର୍ବାଧିକ ୩ଟି ଓ୍ଵିକେଟ ନେଇଥିବା ବେଳେ ରବି ବିସ୍ନୋଇ ଓ କାର୍ତ୍ତିକ ତ୍ୟାଗି ଦୁଇଟି ଲେଖାଏଁ ଓ୍ଵିକେଟ ନେଇଥିଲେ। ଆଥର୍ବ ଆଖୋଲେକର ଓ ଯଶସ୍ଵୀ ଯୟଶ୍ଵାଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

Comment