ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତକୁ ୧୯ ବର୍ଷରୁ କମ୍‌ ବିଶ୍ଵକପରେ ସେମିଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଯସଶ୍ଵୀ ଯୟଶ୍ଵାଲ। ଦିନେ ସମୟ ଥିଲା ଯସଶ୍ଵୀ ମୁମ୍ଵାଇର ଆଜାଦ ମୈଦାନରେ ଗୁପ୍‌ଚୁପ୍‌ ବିକ୍ରି କରୁଥିଲେ। ନିଜ ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କୁ ଗୁପ୍‌ଚୁପ୍‌ ବିକ୍ରି କରିବାକୁ ପଡୁଥିଲା।

କିନ୍ତୁ ଆଜି ଆଜି ଯସଶ୍ଵୀ କ୍ରିକେଟରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିପାରିଛନ୍ତି। ସେ ବର୍ତ୍ତମାନ ଯୁବ କ୍ରିକେଟରେ ଏକ ଉଦୀୟମାନ ଖେଳାଳି ଭାବେ ଉଭା ହୋଇଛନ୍ତି। ୨୦୨୦ ଆଇପିଏଲ୍‌ରେ ମଧ୍ୟ ତାଙ୍କୁ ରାଜସ୍ଥାନ ରୟାଲ ୨.୪ କୋଟି ଟଙ୍କାରେ କିଣିଛି।

ଏହାସହ ଚଳିତ ବିଶ୍ଵକପରେ ଯସଶ୍ଵୀ ଦମଦାର ପ୍ରଦର୍ଶନ କରି ଭାରତକୁ ଫାଇନାଲରେ ପହଞ୍ଚାଇଛନ୍ତି। ଏହି ମ୍ୟାଚରେ ଯସଶ୍ଵୀ ୧୧୩ ବଲ୍‌ରୁ ୧୦୫ ରନ୍‌ କରିଛନ୍ତି। ଏହା ପୂର୍ବରୁ ୩ଟି ଲିଗ୍‌ ମ୍ୟାଚରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିଥିଲେ।

ଦିନେ ଅର୍ଥ ପାଇଁ ଗୁପ୍‌ଚୁପ୍‌ ବିକ୍ରି କରୁଥିବା ପିଲା ଆଜି ଭାରତୀୟ କ୍ରିକେଟରେ ଏକ ଉଦୀୟମାନ ଖେଳାଳି ଭାବେ ଉଭା ହୋଇଛି। ତାଙ୍କ ପ୍ରଦର୍ଶନ ଯୋଗୁଁ ସେ ଆଗାମୀ ଭାରତୀୟ ଦଳରେ ଜଣେ ପ୍ରମୁଖ ଖେଳାଳି ହୋଇପାରନ୍ତି ବୋଲି ଆଶା କରାଯାଉଛି।

ଏନେଇ ଯସଶ୍ଵ କହନ୍ତି, “ମୁଁ ଯେତେବେଳେ କ୍ରିକେଟ ଖେଳିବା ଆରମ୍ଭ କରିଥିଲି ଭଲ ଖେଳ ଯୋଗୁଁ ଯେଉଁ ପିଲାମାନେ ମତେ ପ୍ରଶଂସା କରୁଥିଲେ। ସନ୍ଧ୍ୟାରେ ସେହିମାନେ ଆସି ମୋ ପାଖରୁ ଗୁପ୍‌ଚୁପ୍‌ ଖାଉଥିଲେ. ସେହି ସମୟ ମତେ ବହୁତ କଷ୍ଟ ଦେଇଛି।”

Comment