ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଚାଲିଛି ଭୋଟ୍‌ ଗ୍ରହଣ। ନିର୍ଦ୍ଧାରିତ ସମୟରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ଲାଗି ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ୬୭୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ।

ବିଧାନସଭା ନିର୍ବାଚନ ଲାଗି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୋଲିସର କେବଳ ୪୦ ହଜାର ପୋଲିସ ମୁତୟନ କରାଯାଇଛି। ସେପଟେ ମତଦାନ ପାଇଁ ବଡ଼ ବ୍ୟବସ୍ଥା କରାଯାଇଛି। ରାତି ୪ଟାରୁ ମେଟ୍ରୋ ଟ୍ରେନ ଗଡ଼ିଛି। ସେହିପରି ୬ ତାରିଖରୁ ଆସନ୍ତା ୯ ତାରିଖ ଯାଏଁ ମଦ ଦୋକାନ ବନ୍ଦ ରଖିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ବାଚନକୁ ନଜରରେ ରଖି ୫୦ଦିନ ଧରି ଆନ୍ଦୋଳନ ଚାଲିଥିବା ସାହିନ ବାଗ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସକାଳ ୯ଟା ଯାଏଁ ୪.୯୦ ପ୍ରତିଶତ ଭୋଟିଂ ହୋଇଛି।

ଆସନ୍ତା ୧୧ ତାରିଖରେ ଫଳାଫଳ ଘୋଷଣା ହେବ।

Comment