ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ପୁଣି ପରାଜୟର ଶିକାର ହୋଇଛି। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ୨୨ ରନ୍‌ରେ ପରାସ୍ତ ହୋଇଛି। ଏହାସହ ଦିନିକିଆ ସିରିଜକୁ ୦-୨ରେ ଅକ୍ତିଆର କରିଛି ନ୍ୟୁଜିଲାଣ୍ଡ।

ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆସିଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ଚମତ୍କାର ବ୍ୟାଟିଂ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ ଗପ୍ଟିଲ ୭୯ ଓ ହେନ୍‌ରି ନିକୋଲସ୍‌ ୪୧ ରନ୍‌ କରିଥିଲେ। ପରେ ଟମ୍‌ ବ୍ଲୁଣ୍ଡେଲ ୨୨ ଓ ରସ୍‌ ଟେଲର ୭୩ ରନ୍‌ କରିଥିଲେ। ଫଳରେ ଦଳ ୮ ଓ୍ଵିକେଟ ହରାଇ ୨୭୩ ରନ୍‌ କରିଥିଲା।

ପରେ ଭାରତ ୨୭୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଭାରତର କୌଣସି ବି ବ୍ୟାଟ୍ସମ୍ୟାନ ବେଶି ସମୟ ତିଷ୍ଠି ପାରିନଥିଲେ। ଭାରତ ପକ୍ଷରୁ ଶ୍ରେୟାସ ଆୟର ୫୨, ରବିନ୍ଦ୍ର ଜାଡେଜା ୫୫ ଓ ନବଦୀପ ସୈନୀ ୪୫ ରନ୍‌ କରିଥିଲେ। ହେଲେ ଦଳ ୨୫୧ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ୨୨ ରନ୍‌ରେ ଜିତି ନେଇଥିଲା।

Comment