ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଯାଉଥିଲେ ଜଗନ୍ନାଥ ଦର୍ଶନ ପାଇଁ, ହେଲେ ବାଟରେ ଘଟିଲା ଦୁର୍ଘଟଣା। ଟ୍ରକକୁ ପଛ ପଟୁ ଧକ୍କା ଦେଲା ବୋଲେରୋ। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର-ସୋନପୁର ରାସ୍ତା ବୈରାସ ନିକଟରେ।

ସମସ୍ତ ମୃତାହତଙ୍କ ଘର ପାଟଣାଗଡ଼ ଥାନା ଘୂମେର ଗାଁରେ। ଗୋଟିଏ ଗାଁର ୧୩ ଜଣ ଲୋକ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ବାହାରିଥିଲେ। ବାଟରେ ଏକ ମାଲ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ବୋଲେରୋ। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ହୋଇଛନ୍ତି। ଅନ୍ୟ ୪ ଜଣ ସୁରକ୍ଷିତ ଥିବା ଜଣା ପଡ଼ିଛି।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକମାନେ ହେଲେ ଶକୁନ୍ତଳା ସାହୁ ଓ ତେଜ୍‌ ବାଗ। ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Comment