ଓଡ଼ିଶାଲାଇଭ୍‌ ବ୍ୟୁରୋ

ଔଷଧୀୟ ଗୁଣରେ ଭରି ରହିଛି ଜୁଆଣି। ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରି ନ ଥାଏ ପେଟ ସମସ୍ୟାରୁ ମୁକ୍ତି ମଧ୍ୟ ଦେଇଥାଏ।

  • ପ୍ରତିଦିନ ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇଲେ ମୋଟାପଣ ଦୂର ହୋଇଥାଏ। ଜୁଆଣି ପାଣି ପିଇଲେ ହଜମ ଶକ୍ତି ବୃଦ୍ଧି ହେବା ସହ ଶରୀରର ଫ୍ୟାଟ କମିଥାଏ।
  • ପ୍ରତିଦିନ ଜୁଆଣି ପାଣି ପିଇବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ।
  • ୨୫ ଗ୍ରାମ ଜୁଆଣିକୁ ୧ ଗ୍ଲାସ ପାଣି ମିଶାଇ ରାତିରେ ରଖି ଦିଅନ୍ତୁ। ସକାଳେ ପାଣିରୁ ଜୁଆଣିକୁ ଛାଣି କରି ଖାଲି ପେଟରେ ପିଅନ୍ତୁ। ଏହାକୁ ପିଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ। ଏହି ପାନୀୟ ହଜମ ଶକ୍ତି ବୃଦ୍ଧି କରିବା ସହ ପେଟରୋଗ ଦୂର କରିଥାଏ।
  • ରକ୍ତଚାପ, ହରମୋନସ୍ତର ନିୟନ୍ତ୍ରଣ, ଉଜ୍ଜ୍ୱଳ ତ୍ୱଚା ଲାଗି ଏହା ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ ଜୁଆଣି।
  • ଗର୍ଭବତୀ ମହିଳାମାନେ ଜୁଆଣି ପାଣି ପିଇଲେ ଏସିଡିଟି ଓ କୋଷ୍ଠକାଠିନ୍ୟ ଦୂର ହୋଇଥାଏ।
  • ନିଦ୍ରାହିନତାର ଶିକାର ହୋଇଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନଶୋଇବା ପୂର୍ବରୁ ଗୋଟିଏ କପ ଜୁଆଣି ପାଣି ପିଇଲେ ନିଦ ଭଲ ହୋଇଥାଏ।
  • ଅତ୍ୟଧିକ କାଶ ହେଉଥିଲେ ଜୁଆଣି ପାଣି ସହିତକଳା ଲୁଣ ମିଶାଇ ପିଇଲେ କାଶରୁ ମୁକ୍ତି ମିଳିଥାଏ।
  • ଡାଇରିଆ ଭଳି ରୋଗରୁ ମଧ୍ୟ ଜୁଆଣି ପାଣି ବ୍ୟବହାର କରିବା ଦ୍ୱାରା ରକ୍ଷା ମିଳିଥାଏ।

Comment